ବାଦ୍‌ ପଡ଼ିଲେ ହାର୍ଦ୍ଦିକ ଓ ଆସିଲେ ରବୀନ୍ଦ୍ର ଜାଡେଜା, କାହିଁକି ଜାଣନ୍ତୁ

ମୁମ୍ବାଇ : ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଆଗାମୀ ଭାରତ ଗସ୍ତରେ ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ । ଆହତ କାରଣରୁ ପାଣ୍ଡ୍ୟାଙ୍କୁ ଭାରତୀୟ ଟି-୨୦ ଦଳରୁ ବାଦ୍‌ ଦିଆଯାଇଛି । ତାଙ୍କ ସ୍ଥାନରେ କାହାକୁ ନିଆଯାଇ ନାହିଁ । ଫଳରେ ଟି-୨୦ ପାଇଁ ଭାରତର ଏକ ୧୪ ଜଣିଆ ଦଳ ରହିବ । ତେବେ ଦିନିକିଆ ଦଳରେ ତାଙ୍କ ସ୍ଥାନରେ ଅନ୍ୟତମ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ । ଏ ସମ୍ପର୍କରେ ଆଜି ବିସିସିଆଇ ତରଫରୁ ଘୋଷଣା କରାଯାଇଛି । ପାଣ୍ଡ୍ୟାଙ୍କ ପିଠିରେ ସମସ୍ୟା ରହିଛି । ତାଙ୍କର ଡାକ୍ତରୀ ଯାଞ୍ଚ ଚାଲିଛି ।
ଆସନ୍ତା ୨୪ ତାରିଖରୁ ଘରୋଇ ପଡ଼ିଆରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଭେଟିବ । ଦୁଇ ଦଳ ପ୍ରଥମେ ଦୁଇଟି ଟି-୨୦ ଏବଂ ପରେ ୫ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବେ । ପ୍ରଥମ ଟି-୨୦ ମ୍ୟାଚ୍‌ ୨୪ ତାରଇଖ ଦିନ ବିଶାଖାପାଟଣାରେ ଖେଳାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.