Below header

କୁନିକୁନି ପିଲାଙ୍କ ସହ ଶିଶୁଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଶିଶୁ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ କୁନିକୁନି ପିଲାଙ୍କ ସହ ଶିଶୁଦିବସ ପାଳିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଉପସ୍ଥିତ ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ କୁନିକୁନି ପିଲା। ସେହିପରି ପିଲାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରି ସେମାନଙ୍କୁ ଉପହାର ପ୍ରଦାନ କରିଥିଲେ।

ଦେଖନ୍ତୁ ଭିଡିଓ:

ଆଜି ଶିଶୁ ଦିବସ ଅବସରରେ ମୋ ସ୍କୁଲ ଆପ୍‌ର ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ୨୦୧୭ ଶିଶୁ ଦିବସରେ ମୋ ସ୍କୁଲ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍କୁଲ ବିକାଶ ସହ ଯୋଡ଼ିବାକୁ ଏହାର ମୂଳ ଲକ୍ଷ୍ୟ ରହିଥିଲା। ଏଥିପାଇଁ ରାଜ୍ୟ ସରକାର ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.