ଦୁନିଆର ଏମିିତି ଏକ ଦମ୍ପତି, ଯାହାଙ୍କୁ ଦେଖି ଲୋକେ ଭାବନ୍ତି ଯାଆଁଳା ଭଉଣୀ!

ଦୁନିଆରେ ଏମିତି ଅନେକ ଜିନିଷ ରହିଛି, ଯାହାକୁ ସହଜରେ ବିଶ୍ୱାସ କରିହୁଏନା। ଆଜି ଆମେ ଆପଣଙ୍କୁ ଏମିତି ଜଣେ ସ୍ୱାମୀସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ସ୍ୱାମୀସ୍ତ୍ରୀ ଦେଖିବାକୁ ଯାଆଁଳା ଭଉଣୀ ଭଳି। ସେମାନଙ୍କୁ ଦେଖିଲେ କେହି ବି ଜାଣିପାରନ୍ତିନି ଦୁହେଁ ଏକ ଦମ୍ପତି। କିନ୍ତୁ ଏହା ସତ। ଏମାନେ ଏମିତି ଜଣେ ସ୍ୱାମୀସ୍ତ୍ରୀ, ଯିଏ ଦୁଇ ମହିଳାଙ୍କ ଭଳି ଏକାଠି ରୁହନ୍ତି। ଦୁଇଜଣଙ୍କ ଚେହେରା ପ୍ରାୟତଃ ଏକାଭଳି। କେହି ବି ସେମାନଙ୍କୁ ଦେଖି ସ୍ୱାମୀସ୍ତ୍ରୀ ବୋଲି ବିଶ୍ୱାସ କରିପାରନ୍ତି ନାହିଁ।

ଏହି ଯୋଡ଼ିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରୁଷରେ ରହୁଥିବା ଏହି ସ୍ୱାମୀସ୍ତ୍ରୀ ବହୁତ ଫେମସ୍‌ ହୋଇଯାଇଛନ୍ତି। ସ୍ୱାମୀର ନାଁ ଅଲିନା ଏବଂ ସ୍ତ୍ରୀର ନାଁ ଅଲିସା ବୋଲି ଜଣାପଡ଼ିଛି।

ଏହାସହ ପଢ଼ନ୍ତୁ: ଭାଇରଲ ହେଉଛି ଭିନ୍ନ ପ୍ରକାରର ୱେଡିଙ୍ଗକାର୍ଡ, ଯାହାକୁ ପଢିଲେ ଆପଣଙ୍କ ମୁଣ୍ଡ ମଧ୍ୟ ହୋଇଯିବ ଖରାପ

yu

ଲୋକେ ଏହି ଦୁଇଜଣଙ୍କୁ ସେମ୍‌ ସେକ୍ସ ପାର୍ଟନର ବୋଲି ଭାବିଥାଆନ୍ତି। କିନ୍ତୁ ସେଭଳି କିଛି ନାହିଁ। ସ୍ୱାମୀ ଅର୍ଥାତ୍‌ ଅଲିନା ମହିଳାଙ୍କ ଭଳି ରହିବାକୁ ପସନ୍ଦ କରନ୍ତି। ତାଙ୍କୁ କେବେ ବି ପୁରୁଷ ରୂପରେ ଦେଖିବାକୁ ମିଳିନାହିଁ। ଏଥିପାଇଁ ଲୋକେ ତାଙ୍କର ଜେଣ୍ଡର ଆଇଡେଣ୍ଟିଟିକୁ ନେଇ ସନ୍ଦେହ କରିଥାଆନ୍ତି। ସେପଟେ ଅଲିନା-ଅଲିସାଙ୍କ କହିବା ହେଲା, ସେମାନେ ନିଜ ଇଚ୍ଛାରେ ବଞ୍ଚୁଛନ୍ତି। ସେମାନଙ୍କ ଜୀବନରେ ଆଉ କାହାର ହସ୍ତକ୍ଷେପକୁ ସେମାନେ ପସନ୍ଦ କରନ୍ତି ନାହିଁ।

ଏହାସହ ପଢ଼ନ୍ତୁ: ନିଜ ମୁଣ୍ଡରେ କୃତିମ ସିଂଘ ଉଠାଇବା ସହ ମୁହଁରେ ୪୮୦ କିଲୋର କଣ୍ଟା ଫୋଡିଥିଲେ ଏହି ବ୍ୟକ୍ତି

ଏହି ଯୋଡ଼ି ୨୦୧୫ରେ ପ୍ରେମ ବିବାହ କରିଥିଲେ। ବିବାହ ପୂର୍ବରୁ ସେମାନେ ଲମ୍ବା ସମୟ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ଦୁହେଁ ଦେଖିବାକୁ ଏକାଭଳି ଥିଲେ। ତେଣୁ ସ୍ୱାମୀ ଝିଅଭଳି ରହିବାକୁ ନିଷ୍ପତ୍ତି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.