Below header

ନୂଆବର୍ଷରେ କାଳିଆ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ

ନୂଆବର୍ଷରେ କାଳିଆ ଦର୍ଶନ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି । ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ନୂଆବର୍ଷର ଶୁଭେଚ୍ଛା । ଏହାପରେ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳକୁ ଯାଇ ସେଠାରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।

ପୁରୀରୁ ଫେରିବା ପରେ ସଚିବାଳୟ ଯାଇଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଲାଗିଥିଲା ବେଶ ଭିଡ଼ । ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ ମୁଖ୍ୟମନ୍ତ୍ରୀଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇଥିଲେ । ବିଭିନ୍ନ ବିଭାଗର ଅଫିସର ଓ କର୍ମଚାରୀ ସଂଘ କର୍ମକର୍ତ୍ତା ବି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ନୂଆବର୍ଷ ଶୁଭେଚ୍ଛା ।

ନୂଆବର୍ଷରେ ସଚିବାଳୟ ପରିସରରେ ଲାଗିଥିଲା ଗହଳିଚହଳି । ଶୁଭେଚ୍ଛା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସଠାରୁ ଆରମ୍ଭ କରି ମୁଖ୍ୟଶାସନ ସଚିବଙ୍କ ଅଫିସ ସବୁଠି ଭିଡ଼ । ନୂଆବର୍ଷ ୨୦୧୯ରେ ରାଜ୍ୟ ସରକାରଙ୍କ ପାଇଁ କ’ଣ ରହିବ ଚ୍ୟାଲେଂଜ ? ଏହାକୁ କେମିତି ମୁକାବିଲା କରିବେ ରାଜ୍ୟ ସରକାର ତା ଉପରେ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.