ପାୱାର କରିଡରରେ ନୂଆବର୍ଷର ପ୍ରଥମ ଦିନ, ଶୁଭେଚ୍ଛା ଜଣାଇବାକୁ ଲାଗିଥିଲା ଭିଡ଼

ଭୁବନେଶ୍ବର : ପାୱାର କରିଡରରେ ନୂଆବର୍ଷର ପ୍ରଥମ ଦିନ । ଦିନ ୧୧ଟା ବେଳକୁ ସଚିବାଳୟରେ ଆରମ୍ଭ ହୋଇଯାଇଥିଲା ଗହଳିଚହଳି। ଫୁଲତୋଡ଼ା ଧରି ଶୁଭେଚ୍ଛା ଜଣାଇବାକୁ ଆସିଥିଲେ ବିଭିନ୍ନ ସଂଗଠନ ଓ ସଂଘର କର୍ମକର୍ତ୍ତା । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବଙ୍କ ପ୍ରକୋଷ୍ଠରେ ଲାଗିଥିଲା ଭିଡ଼ । ଫୁଲତୋଡ଼ା ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ । ରାଜ୍ୟରେ ପ୍ରଗତି ଧାରାକୁ ଆହୁରି ଦ୍ରୁତ ଗତିରେ ଆଗେଇ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟ ସରକାର ଏବେ ଅନେକ ଜନହିତକର ଯୋଜନା କରିଛନ୍ତି। ତାହାର ସୁଫଳ କେମିତି ଲୋକଙ୍କ ପାଖରେ ପହଂଚିବ ତାହା ବଡ଼ ଚ୍ୟାଲେଜଂ ବୋଲି ଉନ୍ନୟନ କମିଶନର କହିଛନ୍ତି ।

ନୂଆବର୍ଷରେ ସଚିବାଳୟରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲେ ବିଭିନ୍ନ ବର୍ଗର ଜନସାଧାରଣ । ସବୁ ମନ୍ତ୍ରୀଙ୍କ ଅଫିସରେ ଭିଡ଼ ଦେଖିବାକୁ ମିଳିଥିଲା । ୨୦୧୯ ନିର୍ବାଚନ ବର୍ଷ ହୋଇଥିବାରୁ ରାଜ୍ୟ ସରକାରଙ୍କ ପାଇଁ ରହିଛି ଅନେକ ଚ୍ୟାଲେଞ୍ଜ। ରାଜ୍ୟ ସରକାର ଚାଷୀ, ଗରିବଙ୍କ ପାଇଁ ବହୁ ଯୋଜନା ଲାଗୁ କରିଛନ୍ତି। ଯାହାକି ବେଶ ଆଦ୍ରୁତି ଲାଭ କରିଛି । ବିଜେଡି ପଞ୍ଚମ ଥର ପାଇଁ ପାଇଁ ଶାସନ ଗାଦିରେ ବସିବ ବୋଲି ଆଶା ରଖିଛି । ନୂଆବର୍ଷ ଦିନତମାମ ସଚିବାଳୟରେ ଲାଗିଥିଲା ଶୁଭେଚ୍ଛାଙ୍କ ଭିଡ଼।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.