Below header

ଭଉଣୀକୁ ମନେ ପକାଇ ଭାବ ବିହ୍ବଳ ହେଲେ ନବୀନ,ବୃତଚିତ୍ର ପ୍ରଦର୍ଶନ ବେଳେ ରୁମାଲରେ ଆଖି ପୋଛିଲେ

ନବୀନଙ୍କ ଭଉଣୀ ସ୍ବର୍ଗତ ଗୀତା ମେହେଟ୍ଟାଙ୍କ ଉପରେ ଏକ ବୃତଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ନବୀନ ଭାବ ବିହ୍ବଳ ହୋଇ ପଡିଥିଲେ। ରୁମାଲରେ ଆଖି ପୋଛୁଥିବା ଦେଖିବାକୁ ମିଳିଥିଲା। ଗତ ୧୬ ତାରିଖ ଦିନ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିଲା। ଗୀ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲିଟରାରୀ ଫେଷ୍ଟିଭଲରେ ନବୀନଙ୍କ ଭଉଣୀ ସ୍ବର୍ଗତ ଗୀତା ମେହେଟ୍ଟାଙ୍କ ଉପରେ ଏକ ବୃତଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ନବୀନ ଭାବ ବିହ୍ବଳ ହୋଇ ପଡିଥିଲେ। ରୁମାଲରେ ଆଖି ପୋଛୁଥିବା ଦେଖିବାକୁ ମିଳିଥିଲା। ଗତ ୧୬ ତାରିଖ ଦିନ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିଲା। ଗୀତା ମେହେଟ୍ଟା ଜଣେ ଉଚ୍ଚକୋଟିର ସାହିତ୍ୟିକା ଓ ସାମ୍ବାଦିକା।

୧୯୭୧ ମସିହାରେ ବାଂଲାଦେଶରେ ମୁକ୍ତିଯୁଦ୍ଧ ବେଳେ ଯୁଦ୍ଧଭୂମିରୁ ରିପୋର୍ଟିଂ କରିଥିଲେ। ଲୋକଲୋଚନକୁ ଆଣିଥିଲେ ପୂର୍ବବଙ୍ଗ ବାସୀଙ୍କ ଅକଥନୀୟ ଦୁର୍ଦଶାର ଚିତ୍ର। ଆମେରିକାର ଟେଲିଭିଜନ ଚ୍ୟାନେଲ ଏନବିସି ପାଇଁ ବାଂଲାଦେଶରେ ସାମ୍ବାଦିକତା କରିଥିଲେ ଗୀତା ମେହଟ୍ଟା। ବାଂଲାଦେଶରେ ଯୁଦ୍ଧ ରିପୋର୍ଟିଂ ଉପରେ ନିର୍ମିତ ବୃତ୍ତଚିତ୍ର କମ୍ପାଇଲେସନ ଅଫ୍ ଦି ବାଂଲାଦେଶ ରିଭଲ୍ୟୁସନ ଓ ଡେଟ ଲାଇନ ବାଂଲାଦେଶ ଦେଶ ବିଦେଶରେ ବହୁ ପ୍ରଶଂସା ଲାଭ କରିଛି। ତାଙ୍କ ସ୍ମୃତିରେ ଆଜି ଓଡ଼ିଶା ଲିଟାରାରୀ ଫେଷ୍ଟିଭାଲରେ ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.