Below header

ଦ୍ୱିତୀୟ ଦିନିକିଆ : ବ୍ୟାଟ୍ସମ୍ୟାନଙ୍କ କମାଲ ପରେ ବୋଲର ଦେଖାଇଲେ କରୀସ୍ମା, ୯୯ ରନରେ ଜିତିଲା ଭାରତ

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କମାଲ ପରେ ବୋଲର ଦେଖାଇଲେ କମାଲ୍‌ । ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ଏକ ବିରାଟ ସ୍କୋର ୩୯୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଦିନିକିଆରେ ଭାରତ ରବିବାର ଅତି ସହଜରେ ପରାସ୍ତ କରିଛି।

ଇନ୍ଦୋର: ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କମାଲ ପରେ ବୋଲର ଦେଖାଇଲେ କମାଲ୍‌ । ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ଏକ ବିରାଟ ସ୍କୋର ୩୯୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଦିନିକିଆରେ ଭାରତ ରବିବାର ଅତି ସହଜରେ ପରାସ୍ତ କରିଛି।

ଯୁବ ବ୍ୟାଟର ଶ୍ରେୟସ ଆୟର, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲଙ୍କ ଦମଦାର ବ୍ୟାଟିଂ ପରେ ବୋଲର ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସାମି ବୋଲିଂ କରୀସ୍ମା ଭାରତକୁ ବିଜୟର ସ୍ୱାଦ ଦେଇଛି। ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜା ୩-୩ଟି ୱିକେଟ୍ ନେଇଥିଲା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଓ ମହମ୍ମଦ ସାମି ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି।

ଫଳରେ ୨୧୭ ରନରେ ଅଷ୍ଟ୍ରେଲିଆ ସମସ୍ତ ଓ୍ଵିକେଟ ହରାଇ ଦ୍ୱିତୀୟ ଦିନିକିଆରେ ପରାଜୟ ବରଣ କରିଛି । ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ବର୍ଷାବାଧିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭାରତ ୯୯ ରନ୍ରେ ପରାସ୍ତ କରିଛି। ଏଥି ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୦ ରେ ଅକ୍ତିଆର କରିଛି। ଚଳିତ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭାରତ ମୋହାଲିରେ ୫ ୱିକେଟରେ ପରାସ୍ତ କରିଥିଲା। ଶୃଙ୍ଖଳାର ଅନ୍ତିମ ମ୍ୟାଚ ଗୁଜରାଟର ରାଜକୋଟରେ ଆସନ୍ତା ୨୭ ତାରିଖରେ ଖେଳାଯିବ ।

ଆଜି ପ୍ରଥମ ପାଳିରେ ଭାରତୀୟ ବ୍ୟାଟରମାନେ ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଥିଲେ। ଶ୍ରେୟସ ଓ ଶୁବମନ ଗିଲ ଶତକ ହାସଲ କରିବା ସହିତ ୨୦୦ ରନ୍ର ଭାଗିଦାରୀ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ରନ ସଂଗ୍ରହ କରିଥିଲେ।

ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୯୯ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ବର୍ଷା ଦାଉ ସାଜିଥିଲା। ଫଳରେ ଡିଏଲଏସ୍ ମାଧ୍ୟମରେ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ଅଷ୍ଟ୍ରେଲିଆ ୨୮.୨ ଓଭରରେ ସମସ୍ତ ୱିକେଟ ହରାଇ ୨୧୭ ରନ୍ ସଂଗ୍ରହ କରିପାରିଥିଲା। ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.