ରାହୁଲଙ୍କ ଭବିଷ୍ୟବାଣୀ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଜିତିବ କଂଗ୍ରେସ

ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଜିତିବ କଂଗ୍ରେସ । ରାଜସ୍ଥାନରେ ବି ଜିତିବ, କିନ୍ତୁ ଏଠି କଡ଼ା ମୁକାବିଲ ହେବ। ଦୃଢୋକ୍ତି କରିଛନ୍ତି ରାହୁଲ ଗାନ୍ଧି । ୨୦୨୪ ନିର୍ବାଚନକୁ ନେଇ ମଧ୍ୟ ଭବିଷ୍ୟବାଣୀ ଶୁଣାଇଛନ୍ତି। କହିଛନ୍ତି, ୨୦୨୪ରେ ବିଜେପିକୁ ସରପ୍ରାଇଜ ମିଳିବ ।

ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଜିତିବ କଂଗ୍ରେସ । ରାଜସ୍ଥାନରେ ବି ଜିତିବ, କିନ୍ତୁ ଏଠି କଡ଼ା ମୁକାବିଲ ହେବ। ଦୃଢୋକ୍ତି କରିଛନ୍ତି ରାହୁଲ ଗାନ୍ଧି । ୨୦୨୪ ନିର୍ବାଚନକୁ ନେଇ ମଧ୍ୟ ଭବିଷ୍ୟବାଣୀ ଶୁଣାଇଛନ୍ତି। କହିଛନ୍ତି, ୨୦୨୪ରେ ବିଜେପିକୁ ସରପ୍ରାଇଜ ମିଳିବ ।

ବିରୋଧୀ ଦଳ ଦେଶର ୬୦ ପ୍ରତିଶତ ଲୋକଙ୍କ ପ୍ରତିନିଧିତ୍ବ କରୁଛନ୍ତି । ସେହିପରି ବର୍ତ୍ତମାନର ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ମହିଳା ସଂରକ୍ଷଣ ବିଲ୍ ଆଦିକୁ ବିଜେପି ଅସ୍ତ୍ର କରିଥିବା କହିଛନ୍ତି ରାହୁଲ ଗାନ୍ଧି।

ରାହୁଲ ଗାନ୍ଧୀଙ୍କ ଦୃଢ଼ୋକ୍ତି । ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ଜିତିବ କଂଗ୍ରେସ। ଦିଲ୍ଲୀରେ ପ୍ରତିଦିନ ମିଡିଆ ନେଟୱର୍କ ଦ୍ବାରା ଆୟୋଜିତ କନକ୍ଲେଭରେ ଯୋଗ ଦେଇ ଆଗକୁ ଥିବା ୪ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ଭବିଷ୍ୟବାଣୀ କରିଛନ୍ତି ରାହୁଲ ଗାନ୍ଧି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ନିଶ୍ଚିତ ବିଜୟୀ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି।

ରାଜସ୍ଥାନରେ ମଧ୍ୟ ବିଜୟୀ ହେବ କଂଗ୍ରେସ । କିନ୍ତୁ ବିଜେପି ସହ ଏଠି କଡ଼ା ମୁକାବିଲା ହେବ। ତେଲେଙ୍ଗାନାରେ ମଧ୍ୟ ଜିତିବାର ସମ୍ଭାବନା ରହିଛି ବୋଲି ରାହୁଲ କହିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ୪ଟି ରାଜ୍ୟରେ ନିର୍ବାଚନ ହେବ। କିଛି ଦିନ ତଳେ ଏହି ୪ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ହାଇଦ୍ରାବାଦରେ ସିଡବ୍ଲୁ ସି ବୈଠକରେ ରଣନୀତି ପ୍ରସ୍ତୁତ କରିଥିଲା କଂଗ୍ରେସ।

କାର୍ଯ୍ୟକ୍ରମରେ ଏକକ ନିର୍ବାଚନ ନେଇ ମତ ରଖିଛନ୍ତି ରାହୁଲ ଗାନ୍ଧି। ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପିର ଏହା ଏକ ରଣନୀତି ବୋଲି ରାହୁଲ କହିଛନ୍ତି। ବର୍ତ୍ତମାନ ଦେଶର ମୁଖ୍ୟ ପ୍ରସଙ୍ଗ ହେଉଛି ଅର୍ଥନୀତି, ଧନୀ-ଦରିଦ୍ର ମଧ୍ୟରେ ବିଶାଳ ତାରତମ୍ୟ, ବ୍ୟାପକ ବେରୋଜଗାରୀ।

ସେହିପରି ଓବିସି, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପ୍ରତି ଅନ୍ୟାୟ ବଡ଼ ପ୍ରସଙ୍ଗ। ଏସବୁକୁ ବିଜେପି ସାମ୍ନା କରିପାରିବନି। ଏଥିରୁ ଧ୍ୟାନ ହଟାଇବାକୁ ଦେଶର ନାମ ପରିବର୍ତ୍ତନ, ଗୋଟିଏ ଦେଶ ଗୋଗିଏ ନିର୍ବାଚନ ଏବଂ ବିଧୁରିଙ୍କ ବୟାନକୁ ରଣନୀତି କରିଛି ବିଜେପି। କିନ୍ତୁ ବିଜେପିକୁ ଏହା କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ୱାଏନାଡ ସାଂସଦ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.