ଭିଜିଲାନ୍ସ ଜାଲରେ ନୟାଗଡ଼ କ୍ଷୁଦ୍ର ଜଳ ସମ୍ପଦ ବିଭାଗର ଜିଲ୍ଲା ନିର୍ବାହୀ ଅଧିକାରୀ

ନୟାଗଡ଼(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନୟାଗଡ଼ କ୍ଷୁଦ୍ର ଜଳ ସମ୍ପଦ ବିଭାଗର ଜିଲ୍ଲା ନିର୍ବାହୀ ଅଧିକାରୀ। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ଘରେ ରେଡ୍ । ତାଙ୍କ ସରକାରୀ ବାସବଭନ ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢାଉ ଚାଲିଛି। ଅଫିସ,ଘର, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି। କଟକରୁ ଆସିଥିବା ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରୁଛନ୍ତି। ଚଢାଉବେଳେ ବହୁ ଗୁରୁତ୍ୱରପୂର୍ଣ୍ଣ କାଗଜପତ୍ର, ଟଙ୍କା ଓ ଦାମୀ ଗାଡି ଜବତ ହୋଇଛି। ୨୦୦୧୬ରୁ ସେ ନୟାଗଡ଼ ଜିଲ୍ଲାର ନିର୍ବାହୀ ଅଧିକାରୀ ଭାବେ କାମ କରୁଛନ୍ତି। ତେବେ ଦୀର୍ଘ ଦିନ ଧରି ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଆସୁଥିଲା।

Leave A Reply

Your email address will not be published.