ମଧ୍ୟରାତ୍ରିରେ ବୁଲା କୁକୁର ସହିତ ନାଚିଲେ ବ୍ୟକ୍ତି, ସକାଳୁ ଭିଡିଓ ହୋଇଗଲା ଭାଇରାଲ

ସୋସିଆଲ ମିଡିଆରେ କୁକୁର ସହିତ ଜଣେ ବ୍ୟକ୍ତି ଡ୍ୟାନ୍ସ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓରେ ଆପଣମାନେ ଦେଖିପାରୁଥିବେ ଯେ କେଉଁଭଳି ଭାବେ କୁକୁର ମଧ୍ୟ ବ୍ୟକ୍ତିଙ୍କ ଡ୍ୟାନ୍ସ ଦେଖି ଖୁସି ହେଉଛି।

ତେବେ ଏହି ଭିଡିଓଟି ହେଉଛି ତୁର୍କୀର। ମଧ୍ୟରାତ୍ରୀରେ ବ୍ୟକ୍ତି ଜଣଙ୍କ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ବୁଲା କୁକୁରକୁ ଦେଖି ନାଚିବା ଆରମ୍ଭ କରିଥିଲେ। ଏଥିସହିତ ସେ କୁକୁରକୁ ମଧ୍ୟ ନଚାଇବାକୁ ଚେଷ୍ଟା କରୁଛନ୍ତି।

ଏହାସହ ପଢନ୍ତୁ : ମାଙ୍କଡ ଦେଲା ମଣିଷକୁ ସଚେତନତା ବାର୍ତ୍ତା, ଭିଡିଓରୁ ଦେଖନ୍ତୁ କେମିତି ଶୁଖିଲା ପତ୍ରରେ ବନ୍ଦ କରୁଛି ପାଣି

ଭିଡିଓଟି ଭାଇରାଲ ହେବା ପରେ ଏବେ ପର୍ଯ୍ୟନ୍ତ ଏହାକୁ ୩ ମିଲିୟନ ଦର୍ଶକ ଦେଖିସାରିଥିବବେଳେ ପ୍ରାୟ ୧୧ ହଜାର ଲୋକ କମେଣ୍ଟ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.