Below header

ରକ୍ତଚରିତ୍ର ଗ୍ରୁପର ଅଭିଯୁକ୍ତଙ୍କୁ ରାତି ସାରା ଜେରା, ବନ୍ଧୁକ କେଉଁଠୁ ଆଣୁଥିଲେ ଗୁରେଇ ତୁରେଇ ପଚାରୁଛି ନୟାପଲ୍ଲୀ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ରକ୍ତଚରିତ୍ର ଗ୍ରୁପର ଅଭିଯୁକ୍ତଙ୍କ ରିମାଣ୍ଡର ଦ୍ୱିତୀୟ ଦିନ । ଗତକାଲି ରାତି ତମାମ ଜେରା କରିଛି ନୟାପଲ୍ଲୀ ଥାନା ପୋଲିସ । କେଉଁଠୁ ବନ୍ଧୁକ ଆଣୁଥିଲେ ସେନେଇ ଚାଲିଛି ପଚରାଉଚରା । ଏହାସହ ମୁଖ୍ୟ ଅଭିଯୁକ୍ତ ବୁବୁ ଜେନାକୁ ଖୋଜୁଛି ପୋଲିସ । କେନ୍ଦ୍ରାପଡା ଅଞ୍ଚଳରେ ବୁବୁର ଅପରାଧିକ ମାମଲା ରହିଛି । ଗତକାଲି ୫ ଅଭିଯୁକ୍ତ ସୁମନ କୁମାର ପରିଡ଼ା, ରାଜେଶ ବେହେରା, ସନାତନ ବେହେରା, ରାହୁଲ ଜେନା, ନରେନ୍ଦ୍ର କୁମାର ସାହୁଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।

ପୋଲିସ ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିପାରେ । କେଉଁଠି ଥିଲା ଆଡ୍ଡା ? କିଏ ଯୋଗାଉଥିଲା ଅସ୍ତ୍ରଶସ୍ତ୍ର ? ଏମାନଙ୍କ ପଛରେ କୌଣସି ଗ୍ୟାଙ୍ଗର ସଂପୃକ୍ତି ରହିଥିଲା କି ? କୌଣସି ଅପରାଧିକ ମାମଲାରେ ସଂପୃକ୍ତି ରହିଛି କି ? କେତେ ବାଟ ଲମ୍ବିଛି ନେଟଓ୍ଵର୍କ । ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସହଯୋଗୀଙ୍କ ବାବଦରେ ବି ସୁରାକ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.