ଥାନାରେ ମହିଳା କଏଦୀଙ୍କ ସହ ଅମାନୁଷିକ କାର୍ଯ୍ୟ, ମହିଳା ଇନ୍ସପେକ୍ଟର ହିଁ କପଡ଼ା ଖୋଲି ନାଚିବାକୁ କରାଇ ଥିଲେ ବାଧ୍ୟ! ତୁରନ୍ତ ନିଆଗଲା କାର୍ଯ୍ୟାନୁଷ୍ଠାନ

ପାକିସ୍ତାନରେ ଜଣେ ମହିଳା କଏଦୀଙ୍କୁ କପଡ଼ା ଖୋଲି ଥାନାରେ ହିଁ ନାଚିବା ପାଇଁ ବାଧ୍ୟ କରାଯାଇଛି। ମହିଳାଙ୍କ ସହିତ ଏଭଳି ଅମାନବୀୟ କାର୍ଯ୍ୟରେ ପୁରୁଷ ନୁହନ୍ତି, ବରଂ ମହିଳା ପୋଲିସ କର୍ମୀ ହିଁ ସାମିଲ ଅଛନ୍ତି। ମାମଲା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମହିଳା ପୋଲିସ ଅଧିକାରୀଙ୍କୁ ବରଖାସ୍ତ କରି ଦିଆଯାଇଛି। ଘଟଣା ଘଟିଛି ପାକିସ୍ତାନର ବଲୁଚିସ୍ତାନ ଅଞ୍ଚଳରେ। ପାକିସ୍ତାନ ପୋଲିସ ତରଫରୁ କୁହାଯାଇଛି କି, ଦେଶର ଦକ୍ଷିଣ ପଶ୍ଚିମ ବଲୁଚିସ୍ତାନ ଅଞ୍ଚଳରେ ଜଣେ ମହିଳା କଏଦୀଙ୍କୁ ଜୋର୍‌ ଜବରଦସ୍ତ ଉଲଗ୍ନ କରାଇ ନାଚିବା ପାଇଁ ବାଧ୍ୟ କରାଯାଇଛି, ଯାହା ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର ପୋଲିସ ଏହି ସୂଚନା ଦେଇଛି।

ରିପୋର୍ଟ ଅନୁସାରେ, ପାକିସ୍ତାନର ପୋଲିସ ଅନୁସନ୍ଧାନ କମିଟି ଇନ୍ସପେକ୍ଟର ଶବାନା ଇରଶାଦ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି। ସେ ପୋଲିସ ରିମାଣ୍ଡ ସମୟରେ ଜେଲ୍‌ରେ ବନ୍ଦୀ ଥିବା ଜଣେ ମହିଳା କଏଦୀଙ୍କ ସହ ଅମାନବୀୟ କାର୍ଯ୍ୟ କରିଛନ୍ତି, ଯେଉଁ କାରଣରୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା କ୍ୱେଟାର ଡିପୁଟୀ ଇନ୍ସପେକ୍ଟର ଜେନେରାଲ ଅଫ୍‌ ପୋଲିସ ମହମ୍ମଦ ଅଜହର ଅକରମ୍‌ ସୂଚନା ଦେଇଛନ୍ତି। ଅକରମ୍‌ କହିଛନ୍ତି କି, ତଦନ୍ତରୁ ଜାଣିବାକୁ ମିଳିଛି ଯେ ଜିନ୍ନା ବସ୍ତିରୁ ଜଣେ ଶିଶୁ ହତ୍ୟା ମାମଲାରେ ମହିଳା ଅଭିଯୁକ୍ତ ପରୀ ଗୁଲ୍‌ଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଅଣା ଯାଇଥିଲା। ଯେତେବେଳେ ମହିଳା ଜଣକ ପୋଲିସ ରିମାଣ୍ଡରେ ଥିଲେ, ସେତେବେଳେ ମହିଳା ନିରୀକ୍ଷକ ଶବାନା ତାଙ୍କ ସହିତ ଅତି କଦର୍ଯ୍ୟ ବ୍ୟବହାର କରିଥିଲେ। ସେ ତାଙ୍କୁ କେବଳ ଉଲଗ୍ନ କରାଇ ନ ଥିଲେ, ବରଂ ଜେଲରେ ଅନ୍ୟମାନଙ୍କ ସାମ୍ନାରେ ନାଚିବାକୁ ମଧ୍ୟ ବାଧ୍ୟ କରାଇ ଥିଲେ।

ଏହି ମାମଲାରେ ଏବେ କୋର୍ଟ ପୀଡ଼ିତା ମହିଳାଙ୍କୁ ଶିଶୁ ହତ୍ୟା ମାମଲାରେ ଜେଲ୍‌ ହେପାଜତକୁ ପଠାଇ ଦେଇଛନ୍ତି। ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି, ମହିଳା ନିରୀକ୍ଷକଙ୍କ ପାଖରେ ନିଜକୁ ବଞ୍ଚେଇବା ପାଇଁ କିଛି ନ ଥିଲା, ଯାହା ପରେ ତାଙ୍କୁ ବାଧ୍ୟତାମୂଳକ ଭାବେ ସେବାରୁ ହଟାଇ ଦିଆଯାଇଛି। ଡିପୁଟୀ ଇନ୍ସପେକ୍ଟର ଜେନେରାଲ ଅଫ୍‌ ପୋଲିସ ମହମ୍ମଦ ଅଜହର ଅକରମ୍‌ କହିଛନ୍ତି, ଯେତେବେଳେ ଜଣେ ମହିଳା ନିରୀକ୍ଷକ ହିଁ ଜଣେ ମହିଳା କଏଦୀଙ୍କ ସହ ଏମିତି କରି ପାରୁଛନ୍ତି ଏବଂ ନିଜ ଅଧିକାରର ଦୂରୁପଯୋଗ କରି ପାରୁଛନ୍ତି, ତ ଏହାକୁ ଆଦୌ ବରଦାସ୍ତ କରାଯାଇ ପାରିବ ନାହିଁ। କାହିଁକିନା, ଆଦେଶ ଦିଆଯାଇଛି କି, ଜେଲ୍‌ରେ ମହିଳା କଏଦୀଙ୍କୁ କେବଳ ମହିଳା ନିରୀକ୍ଷକ ହିଁ ପଚରାଉଚରା କରିବେ, ଯେପରି କଏଦୀମାନେ ନିଜକୁ ସୁରକ୍ଷିତ ଅନୁଭବ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.