ଚୋରି ଅଭିଯୋଗରେ ନାବାଳକକୁ ନିସ୍ତୁକ ମାଡ଼ ମାରିଲେ ପଡୋଶୀ, ହସ୍ପିଟାଲରେ ମୃତ୍ୟୁ ସହ କରୁଛି ସଂଗ୍ରାମ

ଜଳେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମର ଚୋରି ଅଭିଯୋଗରେ ଜଣେ (୧୩) ବର୍ଷର ନାବାଳକକୁ ପଡୋଶୀ ମାନେ ମରଣାତ୍ମକ ଆକ୍ରମଣ କରିଛନ୍ତି । ପଡୋଶୀଙ୍କ ମାଡରେ ନାବାଳକ ଜଣକ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ଜଳେଶ୍ବର ଜି କେ ଭଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମର ନସୀମା ବିବି ନିଜ ଘରେ ରୋଷେଇ କରୁଥିବା ସମୟରେ ଶୁଣିବାକୁ ପାଇଲେ ଯେ ତାଙ୍କର ନାବାଳକ ପୁଅ ଶେକ ସରିଫ ବୟସ (୧୩)କୁ ସେହି ଗ୍ରାମର ସେକ ଅବୁଲ, ଲାଦ ଓ ମିନା ବିବି ଉଭୟ ତିନି ଜଣ ମିଶି ଗ୍ରାମ ମଧ୍ଯ ଭାଗରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ଜୋରରେ ବିଧା ଗୋଇଠା ମାରି ଗୁରୁତର କରି ପକାଇଛନ୍ତି ।

ନିସ୍ତୁକ ମାଡ ମାରିବା ପରେ ନାବାଳକ ର ମୁଣ୍ତରୁ ଚୁଟି କାଟି ଅଧାନଣ୍ଢା କରି ଦେଇଛନ୍ତି। ନାବାଳକର ମା’ ନସିମା ବିବି ଦୌଡି ଦୌଡି ଆସି ଘଟଣା ସ୍ଥଳରେ ପହଂଚି ଦେଖିଲା ବେଳକୁ ପୁଅ ଗୁରୁତର ଭାବେ ଆହତ ହୋଇଛି । ତାକୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଙ୍କ ସହାୟତାରେ ପଶ୍ଚିମବାଡ଼ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲେନ୍ସରେ ସେଠାରୁ ଜଳେଶ୍ବର ଜି.କେ ଭଟର ହସ୍ପିଟାଲକୁ ଆଣି ଚିକିତ୍ସା କରାଯାଉଛି । ଏ ନେଇ ନାବାଳକର ମା ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଜଳେଶ୍ବର ପୋଲିସ ଘଟଣା ର ତଦନ୍ତ କରୁଛି।

You might also like