Below header

କରୋନା ଟିକା ଫାଇଜର ଲଗାଇବାର ଦୁଇଦିନ ପରେ ଚାଲିଗଲା ସ୍ବାସ୍ଥ୍ଯକର୍ମୀଙ୍କ ଜୀବନ, ବାପା ମାଗିଲେ ଜବାବ

କରୋନା ମହାମାରୀକୁ ମାତ୍ ଦେବା ପାଇଁ ସମଗ୍ର ବିଶ୍ବର ଦେଶ ଟିକା ବାହାର କରିବାରେ ଲାଗିପଡିଛନ୍ତି। କିନ୍ତୁ ଏହି ଟିକା କାହାର ଜୀବନ ଚାଲିଯାଇଛି ବୋଲି ଏକ ଘଟଣା ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ପର୍ତ୍ତୁଗାଲରେ ଦେଖିବାକୁ ମିଳିଛି। ଏଠାରେ ଫାଇଜର ଟିକା ଲଗାଇବାର ଦୁଇ ଦିନ ପରେ ସୋନିୟା ଏକେବେଡୋ ନାମକ ଜଣେ ମହିଳା ପ୍ରାଣ ହରାଇଛନ୍ତି । ୪୧ ବର୍ଷୀୟ ଏହି ମହିଳାଜଣଙ୍କ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ରିପୋର୍ଟ ଅନୁସାରେ, ଫାଇଜର ଭ୍ଯାକସିନ୍ ଲଗାଇବାର ୪୮ ଘଣ୍ଟା ପରେ ନୂଆବର୍ଷ ଦିନ ସୋନିଆଙ୍କ ମୃତ୍ୟୁ ଘଟିଛି ।

କୁହାଯାଉଛି ଯେ, ପର୍ତ୍ତୁଗାଲର ପୋର୍ଟୋ ସହରରେ ରହୁଥିବା ସୋନିଆ ଭ୍ଯାକସିନ୍ ଲଗାଇଥିଲେ । କିନ୍ତୁ ତାଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନଥିଲା । ଦୁଇ ସନ୍ତାନର ମାଆ ସୋନିଆ ପର୍ତ୍ତୁଗିଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓଙ୍କାଲୋଜୀରେ କାମ କରୁଥିଲେ । ସୋନିଆଙ୍କ ବାପା ଆବିଲୋଓ ଏକେବେଡୋ କହିଛନ୍ତି ଯେ, ସୋନିଆ ସମ୍ପୂର୍ଣ୍ଣ ଭଲ ଥିଲେ । ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । କରୋନାର ଲକ୍ଷଣ ମଧ୍ୟ ତାଙ୍କଠାରେ ନଥିଲା । ଝିଅର ମୃତ୍ୟୁ କିପରି ହେଲା ସେ ସ୍ଥାନୀୟ ପ୍ରଶାସନଠୁ ଜବାବ ମାଗିଛନ୍ତି ।

COVID-19

ପର୍ତ୍ତୁଗାଲ ହସ୍ପିଟାଲର କହିବାନୁସାରେ, ଡିସେମ୍ବର ୩୦ ତାରିଖରେ ସୋନିଆଙ୍କୁ ଭାକସିନ୍ ଦିଆଯାଇଥିଲା । ଏହାପରେ ତାଙ୍କଠାରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ସେ ଭ୍ଯାକସିନ୍ ଲଗାଉଥିବାର ଫଟୋ ଫେସବୁକରେ ପୋଷ୍ଟ କରିଥିଲେ । କିନ୍ତୁ ନୂଆବର୍ଷ ସକାଳ ୧୧ଟାରେ ହିଁ ସୋନିଆଙ୍କ ମୃତ୍ୟୁ ହୋଇଥିବା ପିତାଙ୍କୁ କୁହାଯାଇଥିଲା । ସୂଚନାଯୋଗ୍ୟ, ପର୍ତ୍ତୁଗାଲରେ ସୋନିଆଙ୍କ ସହ ୫୩୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଫାଇଜର କରୋନା ଟିକା ଲଗାଯାଇଛି । ସୋନିଆଙ୍କ ମୃତ୍ୟୁକୁ ନେଇ ଦେଶର ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଖବର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.