Below header

ନୂଆ ସଂସଦ ଭବନ ନିର୍ମାଣକୁ ଗ୍ରୀନ୍‌ ସିଗନାଲ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ(କେ ନ୍ୟୁଜ): ନୂଆ ସଂସଦ ଭବନ ନିର୍ମାଣରେ ଆଉ କୌଣସି ସମସ୍ୟା ନାହିଁ । ନୂଆ ସଂସଦ ନିର୍ମାଣକୁ ମିଳିଛି ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍‌ ସିଗନାଲ। “ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ”କୁ ମିଳିଲା ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରୀ। ପରିବେଶ ସମିତିର ସୁପାରିଶକୁ ଠିକ୍‌ ବୋଲି କହିଲେ ସୁପ୍ରିମ କୋର୍ଟ। କିନ୍ତୁ ନିର୍ମାଣ ପୂର୍ବରୁ ହେରିଟେଜ କମିଟିର ମଞ୍ଜୁରୀ ଜରୁରୀ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ପରିବେଶ ସଂରକ୍ଷଣ ଧ୍ୟାନ ପ୍ରତି ଦେବା ସହ ବାୟୁମଣ୍ଡଳ ପ୍ରଦୂଷଣ ରୋକିବାକୁ କିଛି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏ.ଏମ ଖାନବିଲକର, ଜଷ୍ଟିସ ଦୀନେଶ ମାହେଶ୍ୱରୀ ଓ ଜଷ୍ଟିସ ସଞ୍ଜୀବ ଖାନଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

୧୩ ହଜାର ୪୫୦ କୋଟି ଟଙ୍କାର ଏହି ପ୍ରକଳ୍ପ । ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ଡିସେମ୍ବର ୭ରେ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ କହିଥିଲେ ଯେ ଶିଳାନ୍ୟାସ କରିବାରେ କୌଣସି ଆପତ୍ତି ନାହିଁ । ୨୦୨୨ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ୮୫ ଏକର ଜାଗାରେ ନିର୍ମାଣ ହେବ ସାଂସଦର ନୂଆ ଭବନ । ନୂଆ ସଂସଦ ଭବନରେ ୧୨୦୦ ବ୍ୟକ୍ତି ବସିବାର ବ୍ୟବସ୍ଥା ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.