ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଝଟକା, ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ ରାହୁଲ

ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଆହତଜନିତ ସମସ୍ୟାରୁ ବାଦ୍ ପଡି ପାରୁନାହିଁ । ଏହି ତାଲିକାରେ କେଏଲ ରାହୁଲଙ୍କ ନାଁ ଯୋଡି ହୋଇଯାଇଛି । ଶନିବାର ଦଳର ଅଭ୍ୟାସ ବେଳେ ନେଟ୍ସରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ସେ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡିଛନ୍ତି ।

୨୮ ବର୍ଷୀୟ ବ୍ୟାଟସମ୍ୟାନ୍ ତଥା ଓ୍ୱିକେଟ କିପର ରାହୁଲ ସିରିଜର ଶେଷ ଦୁଇଟି ଟେଷ୍ଟ ଖେଳିବେ ନାହିଁ। ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୩ ସପ୍ତାହ ଲାଗିବ । ଏବେ ସେ ଭାରତ ଫେରି ଆସିବେ ଓ ବେଙ୍ଗାଲୁରୁରେ ଅବସ୍ଥିତ ଜାତୀୟ କ୍ରିକେଟ ଆକାଡେମୀରେ ଅଭ୍ୟାସ କରିବେ ।

ପୂର୍ବରୁ ଏହି ଗସ୍ତରେ ଭାରତୀୟ ଖେଳାଳି ଉମେଶ ଯାଦବ, ମହମ୍ମଦ ସାମି ଆହତ ହୋଇଥିଲେ । ସୂଚନାଯୋଗ୍ୟ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ୍ ଜାନୁଆରୀ ୭ ଓ ଚତୁର୍ଥ ଟେଷ୍ଟ ବ୍ରିସବେନରେ ଜାନୁଆରୀ ୧୫ରେ ଖେଳାଯିବ । ପୂର୍ବରୁ ରୋହିତ ଶର୍ମା ଦୁଇଟି ଟେଷ୍ଟ ମ୍ଯାଚ ଖେଳିପାରିନଥିଲେ। ରାହୁଲଙ୍କ ବାଦ୍ ପଡିବା ପରେ ଶୁଭମନି ଗିଲ ଓପନିଂ କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.