Below header

ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କ ପରଲୋକ

ଓଡିଶାର ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କ ହୃଦଘାତରେ ଦେହାନ୍ତ। କଟକ କନିକା ଛକ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ରାଜ୍ୟର ଜଣେ ଜଣାଶୁଣା ସ୍ନାୟୁରୋଗ ବିଶେଷଜ୍ଞ ଭାବରେ ସେ ପ୍ରସିଦ୍ଧ ଲାଭ କରିଥିଲେ। ଏଥିସହିତ ସେ କଟକ ବଡ ମେଡିକାଲ ତଥା ଏସିସିବି ମେଡିକାଲରେ ନ୍ୟୁରୋ ସର୍ଜରୀ ବିଭାଗରେ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।

ସୂଚନାଅନୁଯାୟୀ ବହୁତ ଦିନ ଧରି ସନାତନ ରଥ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ଜଣେ ବରିଷ୍ଠ ନ୍ୟୁରୋ ସ୍ପେଶାଲିଷ୍ଟ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ସେ ବେଶ ପରିଚିତ। ଅନେକ ବଡ ବଡ ବିରଳ ଅପରେସନ କରି ସଫଳ ହୋଇଥିଲେ। ଡାକ୍ତର ରଥଙ୍କ ଉଦ୍ୟମରେ ଓଡିଶାକୁ ପ୍ରଥମ ସିଟି ସ୍କାନ ମେସିନ ଅଣାଯାଇଥିଲା। ତେବେ ଡାକ୍ତର ରଥଙ୍କ ମୃତ୍ୟୁ ପରେ ତାଙ୍କ ବାସଭବନକୁ ଯାଇ ବହୁ ବିଶିଷ୍ଠ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.