ବରିଷ୍ଠ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା ଓ ତାଙ୍କ ମା’ଙ୍କୁ କରୋନା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବରିଷ୍ଠ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ କରୋନା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ ସିନ୍ଧିୟା ଓ ତାଙ୍କ ମା’ ମାଧବୀ ରାଜେ ସିନ୍ଧିୟାଙ୍କର ରିପୋର୍ଟ କରୋନା ପଜିଟିଭ୍‌ ବାହାରିଛି। ଗତ ୪ ଦିନ ହେଲା ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କୁହାଯାଉଛି ଯେ ଜ୍ୟୋତିରାଦିତ୍ୟଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଉଥିବା ବେଳେ ତାଙ୍କ ମା’ଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉନଥିଲା। ତଥାପି ତାଙ୍କ ରିପୋର୍ଟ ପଜିଟିଭ୍‌ ବାହାରିଛି।

Jyotiraditya Scindia to lead Congress in Madhya Pradesh : Kamal ...

 

ଏହା ପୂର୍ବରୁ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ସ୍ୱାସ୍ଥାବସ୍ଥା ଖରାପ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। କେଜରିଓ୍ଵାଲଙ୍କ ଜ୍ୱର ଓ ଶ୍ୱାସନଳୀରେ ସମସ୍ୟା ଥିଲା। ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଥିଲେ। ଆଜି ସକାଳେ ତାଙ୍କ କରୋନା ଟେଷ୍ଟ କରାଯାଇଛି।

Arvind Kejriwal's emotional appeal to migrant workers to stay back ...

ସୂଚନାଯୋଗ୍ୟ ଯେ ଦିଲ୍ଲୀରେ କରୋନା ମାମଲା ଥମିବାର ନାଁ ଧରୁନାହିଁ। ରାଜଧାନୀରେ ପ୍ରତିଦିନ ହଜାର ହଜାର ନୂଆ କେସ୍‌ ଦେଖିବାକୁ ମିଳୁଛି। ଏହି ଘଟଣାରେ ମଙ୍ଗଳବାର ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମଧ୍ୟରେ ବୈଠକ ବସିଛି। ବୈଠକରେ କରୋନାକୁ ରୋକିବା ଦିଗରେ ସରକାରଙ୍କ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.