Below header

ସାମସଙ୍ଗ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ! ଫାଟିଲା ଗ୍ୟାଲେକ୍ସି A20e

ସାମସଙ୍ଗ୍‌ ମୋବାଇଲ ଫୋନ୍‌ ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ପୂର୍ବରୁ ସାମ୍‌ସଙ୍ଗର ଗ୍ୟାଲାକ୍ସି ନୋଟ୍‌ ୭ ଫୋନ୍‌ ବ୍ଲାଷ୍ଟ ହୋଇଥିଲା। ଏହି ଘଟଣା ପରେ କମ୍ପାନୀ ପ୍ରଡକ୍ସନ୍‌ ବନ୍ଦ କରିଦେଇଥିଲା। କିନ୍ତୁ ଏବେ ପୁଣିଥରେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। କାର୍ଲିଫର୍ଣ୍ଣିଆରେ ସାମସଙ୍ଗ ସିରିଜ୍‌ର ଏକ ଫୋନ୍‌ ବ୍ଲାଷ୍ଟ ହୋଇଛି। କାର୍ଲିଫର୍ଣ୍ଣିଆରେ ସାମସଙ୍ଗ୍‌ ଗ୍ୟାଲେକ୍ସି A20e ରେ ଅଚାନକ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଖବର ମୁତାବକ କାର୍ଲିଫର୍ଣ୍ଣିଆର କେଞ୍ଜି ନାମକ ଜଣେ ବ୍ୟକ୍ତି ଗ୍ୟାଲେକ୍ସି A20e ବ୍ୟବହାର କରୁଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା।

सैमसंग स्मार्टफोन में हुआ ब्लास्ट ...

କେଞ୍ଜି ନିଜ ନିଆଁ ଲଗା ଫୋନ୍‌ର ଭିଡିଓକୁ ଇଣ୍ଟରନେଟ୍‌ରେ ଅପଲୋଡ କରିଛନ୍ତି। ସେଥିରେ ଫୋନ୍‌ର ଜଳିଯାଇଥିବା ଅଂଶ ଦେଖିବାକୁ ମିଳିଛି। କେଞ୍ଜି କହିଛନ୍ତି ଯେ ଫୋନ୍‌ର ବ୍ୟାଟେରୀରୁ ପ୍ରଥମେ ଧୀରେ ଧୀରେ ଧୂଆଁ ବାହାରିଥିଲା। ପରେ ପୂରା ଫୋନ୍‌ ଜଳିଯାଇଥିଲା।
ସେ କହିଛନ୍ତି ତାଙ୍କ ଫୋନ୍‌ର ସ୍କ୍ରିନ୍‌ ଡେଡ୍‌ ହୋଇଯାଇଥିଲା। ଏଣୁ ଫୋନ୍‌ର ବ୍ୟାକ୍‌ ପ୍ୟାନେଲ୍‌ ଖୋଲି ସେ ଚେକ୍‌ କରୁଥିଲେ। ଫୋନ୍‌ ଧରିଥିବା ବେଳେ ବ୍ୟାଟେରୀ ସ୍ପାର୍କିଂ ହୋଇଥିଲା। ପରେ ବାଣ ଭଳି ଢୋ’ କରି ଫୁଟିଥିଲା।

सैमसंग स्मार्टफोन में हुआ ब्लास्ट ...

ଏନେଇ ସାମସଙ୍ଗ୍‌ କହିଛି ଯେ ସାମସଙ୍ଗ୍‌ ଇ ସିରିଜ୍‌ର ସ୍ମାର୍ଟଫୋନ୍‌ର କ୍ୱାଲିଟି ଓ ୟୁଜର୍ସଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥାଏ। ଏନେଇ ଆମେ ଗ୍ରାହକଙ୍କ ସହ କଥା ହେଉଛୁ। ତାଙ୍କ ଠାରୁ ଫୋନ୍‌ ନେଇ ଯାଞ୍ଚ ଆରମ୍ଭ କରିଛୁ। ତେବେ କେଞ୍ଜି କହିଛନ୍ତି ଯେ ଫୋନ୍‌ ବ୍ୟାଟେରୀ ଯୋଗୁ ଏହି ବିସ୍ଫୋରଣ ଘଟିଛି। କାରଣ ମଦର ବୋର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.