ଆଜି ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର, ଏଇଠି ଜାଣନ୍ତୁ ଆପଣଙ୍କ ସହରରେ ଆଜି କେତେ ଅଛି ଦାମ

ଦେଶରେ ଅନଲକ ୧.୦ ଆରମ୍ଭ ହୋଇଯାଇଛି। ପେଟ୍ରୋଲ-ଡିଜେଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ଗତ ତିନି ଦିନରେ ପେଟ୍ରୋଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଣି ଥରେ ଇନ୍ଧନ ଦାମ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲ ଦାମ।

ଆଜି ପେଟ୍ରୋଲର ଦାମ

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦର ୭୩ ଟଙ୍କା ପ୍ରତି ଲିଟର ହୋଇଛି। ସେହିପରି ଡିଜେଲର ଦାମ ୭୧.୧୭ ଟଙ୍କା ପ୍ରତି ଲିଟର ହୋଇଯାଇଛି। ଏହି ତିନି ଦିନରେ ପେଟ୍ରୋଲ ୧.୭୪ ଟଙ୍କା ଲିଟର ପିଛା ମହଙ୍ଗା ହୋଇଛି। ସେହିପରି ଡିଜେଲର ଦାମ ୧.୮୭ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି।

oilସେପଟେ ଅନ୍ତର୍ଜାତିକ ବଜାରରେ କଞ୍ଚା ତୈଳ ଦାମରେ ଗୋଟେ ଦିନର ହ୍ରାସ ପାଇବା ପରେ ପୁଣି ଥରେ ବୃଦ୍ଧି ପାଇଛି। ତେଲର ଦାମ ଆଗକୁ ଆହୁରି ମହଙ୍ଗା ହେବ ବୋଲି ସମ୍ଭାବନା କରାଯାଉଛି।

ଇଣ୍ଡିଆନ ଅଏଲର େଓ୍ଵବସାଇଟ ଅନୁଯାୟୀ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲର ଦାମ ମଙ୍ଗଳବାର ବୃଦ୍ଧି ପାଇ କ୍ରମଶଃ ୭୩ ଟଙ୍କା, ୭୪.୯୮ ଟଙ୍କା, ୮୦.୦୧ ଟଙ୍କା ଏବଂ ୭୭.୦୮ ଟଙ୍କା ପ୍ରତି ଲିଟର ହୋଇଛି। ସେହିପରି ଡିଜେଲର ଦାମ ମଧ୍ୟ ଚାରି ମହାନଗରରେ ବଢ଼ି କ୍ରମଶଃ ୭୧.୧୭ ଟଙ୍କା, ୬୭.୨୩ ଟଙ୍କା, ୬୯.୯୨ ଟଙ୍କା ଏବଂ ୬୯.୭୪ ଟଙ୍କା ପ୍ରତି ଲିଟର ହୋଇଯାଇଛି।
ଦିଲ୍ଲୀ, କୋଲାକାତା, ମୁମ୍ବାଇ ଏବଂ ଚେନ୍ନାଇରେ ମଙ୍ଗଳବାରରେ ପେଟ୍ରୋଲର ଦାମରେ କ୍ରମଶଃ ୫୪ ଟଙ୍କା, ୬୩ ଟଙ୍କା, ୫୨ ଟଙ୍କା ଏବଂ ୪୮ ଟଙ୍କା ବୃଦ୍ଧି ହୋଇଯାଇଛି। ଡିଜେଲର ଦାମ ଚାରି ମହାନଗରରେ ଡିଜେଲର ଦାମରେ କ୍ରମଶଃ ୫୮ ଟଙ୍କା, ୬୨ ଟଙ୍କା, ୫୫ ଟଙ୍କା ଏବଂ ୪୯ ଟଙ୍କା ମହଙ୍ଗା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.