କାଜୁ ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁପୁତ୍ର, କାନ୍ଦ ଶୁଣି ଠାବ କରିଥିଲେ ମହିଳା

ଖୋର୍ଦ୍ଧା(କେ ନ୍ୟୁଜ):  ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଅଂଚଳରୁ ସାରୁଅକୁ ଯିବା ରାସ୍ତା କଡ଼ରେ ଥିବା କାଜୁ ଜଙ୍ଗଲରୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ମହିଳା ଗାଈ ଚରାଉଥିବା ସମୟରେ ନବ ଜାତ ଶିଶୁ ପୁତ୍ରର କାନ୍ଦୁଥିବାର ଶୁଣି ଖୋଜି ଖୋଜି ତା ନିକଟକୁ ଯାଇଥିଲେ । ଦେଖିବାକୁ ପାଇଥିଲେ ଏକ ଛୁଆଟି କାନ୍ଦୁଥିଲେ । ଶିଶୁପୁତ୍ରକୁ ଉଧାର କରିଥିଲେ ମହିଳା ଜଣକ । ଘଟଣା ସ୍ଥଳରେ ଖବର ପାଇ ସ୍ଥାନୀୟ ସରପଞ୍ଚଙ୍କ ସହିତ ସ୍ଥାନୀୟ ବାସିନ୍ଦା

ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହିତ ଖୋର୍ଦ୍ଧା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶିଶୁ ପୁତ୍ରଟିକୁ କେହି ଜନ୍ମ କରି ରାସ୍ତାକଡ ଜଙ୍ଗଲରେ ଫୋପାଡ଼ି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଘଟଣାର ଖବର ପାଇ ଖୋର୍ଦ୍ଧା ଚିକିତ୍ସାଳୟରେ ପହଁଚିଛି ଶିଶୁ ବି ଭାଗର ଏକ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.