Below header

୯ମ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ଭୂଗୋଳ ବହିରେ ଭୁଲ୍‌ ତଥ୍ଯ ପ୍ରକାଶିତ

ଓଡ଼ିଶା ସମ୍ପର୍କରେ ଲେଖାଯାଇଛି ଭୁଲ୍‌ ତଥ୍ଯ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯ମ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ଭୂଗୋଳ ବହିରେ ଭୁଲ୍‌ ଥିବା ନଜରକୁ ଆସିଛି।  ବହିର ୧୮ନଂ ପୃଷ୍ଠାରେ ଓଡ଼ିଶାର ଅବସ୍ଥିତି ଓ କ୍ଷେତ୍ରଫଳ ସମ୍ପର୍କରେ ଏକ ଭୁଲ ତଥ୍ୟ ପ୍ରକାଶ ପାଇଛି।ଯେଉଁଥିରେ ଉଲ୍ଲେଖ ରହିଛି କି, ଓଡ଼ିଶା ଭାରତର ପୂର୍ବ ଉପକୂଳସ୍ଥ ଏକ ରାଜ୍ୟ। ଏହି ରାଜ୍ୟ ୧୭ଂ୪୯’ ରୁ ୨୨ଂ୩୪’ ଉତ୍ତର ସମାକ୍ଷରେଖା ମଧ୍ୟରେ ଓ ୮୧ଂ୨୩’ ରୁ ୮୭ଂ୨୯’ ପୂର୍ବ ଦ୍ରାଘିମାରେଖା ମଧ୍ୟରେ ଅବସ୍ଥିତ। ପୂର୍ବରେ ବଙ୍ଗୋପସାଗର, ଉତ୍ତର ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମରେ ଛତିଶଗଡ଼ ଓ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଏହାର ସୀମା ନିର୍ଦ୍ଧାରଣ କରୁଛନ୍ତି। ଏହାର କ୍ଷେତ୍ରଫଳ ୧୫୫୭୦୭ ବର୍ଗ କିମି।

ଏହା ତଳକୁ ଓଡ଼ିଶା ପ୍ରଶାସନିକ ବିଭାଗ ସମ୍ପର୍କିତ ଏକ ତଥ୍ୟ ଦିଆଯାଇଛି। ସେଥିରେ ଉଲ୍ଲେଖ ରହିଛି, ଓଡ଼ିଶାକୁ ୩୦ଟି ଜିଲ୍ଲାରେ ବିଭକ୍ତ କରାଯାଇଛି। ଜିଲ୍ଲାଗୁଡ଼ିକୁ ୫୮ଟି ସବ୍‌ଡିଭିଜନ୍‌ରେ ଏବଂ ପ୍ରତ୍ୟେକ ସବଡିଭିଜନ୍‌କୁ ୧୭୧ଟି ତହସିଲ୍‌ ଏବଂ ଏହି ତହସିଲ୍‌ଗୁଡ଼ିକୁ ୩୧୪ଟି ବ୍ଲକ ଓ ପ୍ରତ୍ୟେକ ବ୍ଲକକୁ ୬୨୩୪ଟି ପଞ୍ଚାୟତରେ ବିଭକ୍ତ କରାଯାଇଛି।

9thତେବେ ଏହି ବାକ୍ଯ ଗୁଡିକରେ ଏବଂ ତଥ୍ୟ ଗୁଡିକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଏ ସମ୍ପର୍କ‌ରେ  ଟ୍ବିଟ୍‌ ଯୋଗେ ଜଣେ ବ୍ୟକ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ବିଭିନ୍ନ ବ୍ୟକ୍ତିବି‌ଶେଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣା ସାମ୍ନାକୁ ଆସିଛି। ସୂଚନାଥାଉକି, ଓଡ଼ିଶା ସରକାରଙ୍କ ନିଜସ୍ବ ୱେବସାଇଟ୍‌ରେ ଓଡ଼ିଶାରେ ୩୦ଟି ଜିଲ୍ଲାରେ ୫୮ଟି ସବ୍‌ଡିଭିଜନ୍‌ ରହିଛି। ୩୧୭ଟି ତହସିଲ୍‌, ୬୭୯୮ଟି ପଞ୍ଚାୟତ ଓ ୩୧୪ଟି ବ୍ଲକ ରହିଥିବା ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.