ଆନ୍ଧ୍ରା ସ୍ଥିତ ୱାଇଜାକର କେମିକାଲ ଫ୍ଯାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, କିଛି ସମୟ ପାଇଁ ବଦଳିଗଲା ଆକାଶର ରଙ୍ଗ

କେନ୍ଯୁଜ୍: ଆନ୍ଧ୍ରପ୍ରଦେଶ ୱାଇଜାକ ଜିଲ୍ଲାରେ ଫାର୍ମା କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ। ସୂଚନା ମୁତାବକ ଫାର୍ମସିଟିରେ ଥିବା ଏକ ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। କମ୍ପାନୀର ଏକ ଟ୍ୟାଙ୍କର ବିସ୍ଫୋରଣ କରିବାରୁ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲା ଯେ, ଆଖପାଖରେ ଥିବା ଲୋକମାନେ ଏହାର ଶଦ୍ଦ ଶୁଣିବା ସହ କିଛି ଲୋକ ନିଆଁରେ ପୋଡି ହୋଇଯାଇଛନ୍ତି। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ଟିମ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିବା ବେଳେ ନିଆରେ ପୋଡି ହୋଇଥିବା ଲୋକଙ୍କୁ ଗାଜୁୱାକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

fire-1ଡିସିପିଙ୍କ କହିବାନୁଯାୟୀ, ଘଟଣା ସମୟରେ କେବଳ ୪ଜଣ ଲେକା ୟୁନିଟ୍ ଭିତରେ ଉପସ୍ଥିତ ଥିଲେ ଏବଂ ସେମାନେ ସୁରକ୍ଷିତ ରୂପେ ବାହାରକୁ ବାହାରି ଆସିଛନ୍ତି। ବର୍ତ୍ତମାନ ପର୍ଯ୍ଯନ୍ତ ଉକ୍ତ ଘଟଣାରେ କାହାର ମ୍ତ୍ଯୁ ହୋଇନାହିଁ। ଅନ୍ଯପଟେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ପ୍ରୟାସ ଜାରି ରଖିଛି।

fire brokeରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରେ ଦମକଳ ବିଭାଗ ସହ ପ୍ରଶାସନିକ ଅଧିକାରୀ ମଧ୍ଯ ପହଞ୍ଚିଛନ୍ତି। ଏସିପି ଏବଂ ଡିସିପି ଘଟଣାସ୍ଥଳରେ ପହଞ୍ଚି ସାହଯ୍ଯ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.