Below header

ସୁନା ମୂଲ୍ୟରେ ଆସିଛି ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ରହିଛି ଦର

ଭାରତୀୟ ବଜାରରେ ସୁନା ମୂଲ୍ୟ କିଛିଟା ଖସିବା ପରେ ସୋମବାର ସନ୍ଧ୍ୟାରେ ପୁଣି ବଢିଛି ସୁନା ଦର । ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୦ ଟଙ୍କା ଲେଖାଏଁ ବଢିଥିବା ଜଣାଯାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୫୦୦ ଟଙ୍କା ବଢି ୧୦ ଗ୍ରାମ ପ୍ରତି ୪୮,୫୦୦ ଟଙ୍କାରୁ ୪୯,୦୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ଦର ବି ସମାନ ଭାବେ ୫୦୦ ଟଙ୍କା ବଢି ୪୭,୫୦୦ ଟଙ୍କାରୁ ୪୮,୦୦୦ ଟଙ୍କାରେ ପହଂଚିଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ଅତି ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧,୨୪୦ ଟଙ୍କା ଓ ୪୬,୯୬୦ ଟଙ୍କା ରେ ପହଁଚିଥିବା ରେକର୍ଡ ହୋଇଛି । ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି ।

gold-jewellery

ଦେଶର ଆର୍ଥିକ ରାଜଧାନୀ ଭାବେ ଜଣା ମୁମ୍ବାଇରେ ସୁନା ମୂଲ୍ୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ପ୍ରତି ଯଥାକ୍ରମେ ୪୯,୦୦୦ ଟଙ୍କା ଓ ୪୮,୦୦୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୦୫୦ ଟଙ୍କା ଓ ୪୭,୮୫୦ ଟଙ୍କା ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧,୨୪୦ ଟଙ୍କା ଓ ୪୬,୯୬୦ ଟଙ୍କା ଥିବା ବେଳେ ପୂର୍ବ ଭାରତ ସହର କୋଲକାତାରେ ଯଥାକ୍ରମେ ୪୯,୬୫୦ ଟଙ୍କା ଓ ୪୮,୦୮୦ ଟଙ୍କା ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମୂଲ୍ୟ ଗତ କାଲି ସନ୍ଧ୍ୟା ସୁଦ୍ଧା ଆଉନ୍ସ ପ୍ରତି ୧୮୦୫ ଡ଼ଲାରରେ ଟ୍ରେଣ୍ଡ କରୁଥିବା ରେକର୍ଡ ହୋଇଛି । ସେପଟେ ରୁପା ଦର କିଲୋଗ୍ରାମ ପ୍ରତି ସାମାନ୍ୟ ବଢି ସନ୍ଧ୍ୟା ସୁଦ୍ଧା ୫୨,୨୨୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.