Below header

ଜାନୁଆରି ୧୫ ତାରିଖରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା, ସଂଶୋଧନ ଓ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

କେନ୍ୟୁଜ : ଜାନୁଆରି ୧୫ ତାରିଖରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା। ଭୋଟର ତାଲିକାରେ ସଂଶୋଧନ, ପଞ୍ଜୀକରଣ କିମ୍ବା ନାଁ ବାଦ ଦେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଏହା ଆବେଦନ କରାଯାଇପାରିବ। ଡିସେମ୍ବର ୧୫ ପର୍ଯ୍ୟନ୍ତ ଏନେଇ ଆବେଦନ କରାଯିବ। ଡିସେମ୍ବର ୧୫ରୁ ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ଏହାର ଯାଞ୍ଚ ହେବ।

ପ୍ରତ୍ୟେକ ଅଞ୍ଚଳ ପାଇଁ ବୁଥସ୍ତରୀୟ ଅଧିକାରୀ ରହିଛନ୍ତି। ଭୋଟରମାନେ ବୁଥ ଲେବଲ ଅଧିକାରୀଙ୍କ ସହ ଯୋଗାଯୋଗ କରି ସଂଶୋଧନ ଫର୍ମ ନେଇ ପାରିବେ। ଭୋଟର ହେଲ୍‌ପ ଲାଇନ ମୋବାଇଲ ଆପ୍‌ ମାଧ୍ୟମରେ ମଧ୍ୟ ଆବେଦନ କରାଯାଇପାରିବ। ଡିସେମ୍ବର ୫ ଓ ୬ ତାରିଖରେ ବୁଥ ସ୍ତରରେ ବିଏଲଓମାନେ ଉପସ୍ଥିତ ରହି ଏହି ସ୍ୱତନ୍ତ୍ର ଅଭିଯାନକୁ ଆରମ୍ଭ କରିବେ। ୨୦୨୧ ଜାନୁଆରି ୧ତାରିଖ ସୁଦ୍ଧା ୧୮ବର୍ଷ ହେଉଥିଲେ ଆବେଦନ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.