ଟ୍ୱେଣ୍ଟି 20 ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଟିମକୁ ଧୂଳି ଚଟେଇଲା ଟିମ ଇଣ୍ଡିଆ, ୧୧ ରନରେ ଜିତିଲା ମ୍ୟାଚ

T 20 ସିରିଜର ପ୍ରଥମ ମ୍ୟାଚରେ ୧୧ ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ୭ ଵିକେଟରେ ୧୫୦ ରନ କରିହାରିଛି ଟିମ ଅଷ୍ଟ୍ରେଲିଆ ।  କାନବେରାରେ ଆୟୋଜିତ ଭାରତ ବିପକ୍ଷ ମ୍ୟାଚର ଦ୍ଵିତୀୟ ଇନିଂସରେ ୧୬୨ ରନ ଲକ୍ଷ ରଖି ପଡିଆକୁ ଓଲ୍ହାଇଥିଲା ଟିମ ଅଷ୍ଟ୍ରେଲିଆ । ୧୭.୩ ଓଭର ସୁଦ୍ଧା ଦଳ ୫ ଵିକେଟ ହରାଇ ୧୨୬ ରନ ସ୍କୋର କରିଥିଲେ । ଦଳ ପକ୍ଷରୁ ମୋଇଜେସ ହେନରିକ୍ସ ୩୦ ରନ ସ୍କୋର କରିଥିବା ବେଳେ ସିନ ଏବୋର୍ଟ ୧ ରନ କରି କ୍ରିଜରେ ଥିଲେ । ଯେବେକି ଅଷ୍ଟ୍ରେଲିଆ କ୍ୟାପଟେନ ଏରାନ ଫିଂଚ ୩୫ ରନ କରି ଆଉଟ ହୋଇଥିଲେ ।

ଟସ ଜିତି ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ଦଳ । ୭ ଵିକେଟ ଅଷ୍ଟ୍ରେଲିଆକୁ ୧୬୨ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ଭାରତୀୟ ଦଳ ୧୬୧ ରନ୍ କରିଛି । ଭାରତୀୟ ଦଳର ବ୍ୟାଟ୍ସମ୍ଯାନ କେଏଲ ରାହୁଲ ୫୧ ରନ୍ କରିଥିବା ବେଳ ଜାଡେଜା ୪୪ ରନ୍ କରି ଟିମ୍ ଇଣ୍ଡିଆର ସମ୍ମାନ ରକ୍ଷା କରିଛନ୍ତି ।

ସେହିପରି ଧୱନ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ୯ ରନ୍ କରି ପ୍ଯାଭିଲିଅନକୁ ଫେରିଯାଇଥିଲେ। ସଞ୍ଜୁ ସାମସନ ୨୩ ରନ୍ କରି ଆଉଟ ହୋଇଥିଲେ। ଟିମ୍ ଇଣ୍ଡିଆରେ ବଲ୍ ବୋଲିଂ ପୋଜିସନ ରହିଥିବା ବେଳେ ଦେଖାଯାଉ କଙ୍ଗାରୁ ଦଳ କ’ଣ କମାଲ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.