Below header

ଏଠାରେ ଗଧଙ୍କୁ ପିନ୍ଧାଯାଇଥାଏ ପାଇଜାମା, କାରଣ ଜାଣିଲେ ଆପଣ ବି ହସି ହସି ବେଦମ ହେବେ

କେବେ ଆପଣ ଶୁଣିଛନ୍ତି କି, ପଶୁମାନେ କପଡ଼ା ପିନ୍ଧିବାର? ଆଜ୍ଞା ହଁ, ଦୁନିଆରେ ଏମିତି ଏକ ଜାଗା ଅଛି, ଯେଉଁଠି ଗଧମାନେ ପାଇଜାମା ପିନ୍ଧିଥାନ୍ତି। ଫ୍ରାନ୍ସର ରେ ଦ୍ବୀପରେ ପ୍ରତ୍ୟେକ ବର୍ଷ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ। ଏହି ପର୍ଯ୍ୟଟକମାନଙ୍କ ପାଇଁ ଏଠାକାର ଗଧମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି।

donkey2

ଗଧମାନେ ବହୁତ ବଳବାନ ହୋଇଥିବାରୁ ସେମାନଙ୍କୁ ଫ୍ୟାକ୍ଟ୍ରିରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି, ଏଠି ଗଧଙ୍କୁ ପାଇଜାମା କାହିଁକି ପିନ୍ଧାଯାଉଛି। କହି ରଖିଛୁ, ଏହା ଏବେକାର କଥା ନୁହେଁ, ବରଂ ଅନେକ ଦିନରୁ ଗଧଙ୍କୁ ପାଇଜାମା ପିନ୍ଧାଇ ଦିଆଯାଉଛି।

donkey3

ପ୍ରକୃତ କଥା ହେଲା, ଏଠାରେ ଗଧଙ୍କୁ ଲୁଣ ବାହାର କରିବା କାମରେ ବ୍ୟବହାର କରାଯାଇଥାଏ। ଏଥିପାଇଁ ସେମାନଙ୍କୁ ପଙ୍କୁଆ ପାଣି ବା ସନ୍ତସନ୍ତିଆ ଜାଗାକୁ ଛଡ଼ାଯାଇଥାଏ। ଗଧଙ୍କୁ ସାମୁଦ୍ରିକ ପବନରୁ ରକ୍ଷା କରିବା ପାଇଁ ପାଇଜାମା ପିନ୍ଧାଯାଇଥାଏ। ସେହିପରି ସନ୍ତସନ୍ତିଆ ଭୂମି ଥିବା କାରଣରୁ ମଶାମାନଙ୍କ ପ୍ରାଦୁର୍ଭାବ ବହୁତ ଅଧିକ ରହିଛି।

donkey4

ଗଧ ପିଠିରେ ଜିନିଷ ଲଦାଯିବା ସମୟରେ ଯଦି ମଶା କାମୁଡ଼େ, ତ ଏହା ବିପଦର କାରଣ ହୋଇପାରେ। ଗଧମାନଙ୍କ ଗୋଡ଼କୁ ମଶା କାମୁଡିବା ଦ୍ୱାରା ସନ୍ତୁଳନ ବିବିଗିଡ଼ି ଯାଉଥିବାରୁ ଏହି ଉପାୟ ଆପଣାଇ ଯାଇଥିଲା, ଯାହାକି ବର୍ତ୍ତମାନ ବହୁତ ପ୍ରଭାବଶାଳୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.