Below header

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ଏପ୍ରିଲ ୫ରେ ହେବ ଶୁଣାଣି

ଭୁବନେଶ୍ୱର(କେ ନ୍ୟୁଜ): ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ଟିମ। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରାଯାଇଛି। ଏହା ସହ ଏହି ମାମଲାରେ ଗିରଫ ଦୁଇ ବ୍ୟକ୍ତି ମଧ୍ୟ ଇଣ୍ଟରଭେନିଂ ପିଟିସନ ଦାଖଲ କରିଥିବା ବେଳେ ଏହାକୁ ଖାରଜ କରିଛନ୍ତି ହାଇକୋର୍ଟ।

ସେମାନଙ୍କ ବିରୋଧରେ ଠୋସ ପ୍ରମାଣ ନଥିବା ଦର୍ଶାଇ ମାମଲାକୁ ରଦ୍ଦ କରିବାକୁ ପିଟିସନ ଦାଖଲ କରିଥିଲେ। ତେବେ ଏହାକୁ ଖାରଜ କରିଛନ୍ତି କୋର୍ଟ। ଏପ୍ରିଲ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ସେଦିନର ଘଟଣା ବାବଦରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.