Below header

ଆପୋଲ ପାଇଁ ବଢିଲା ସମସ୍ୟା, ପଞ୍ଜିକରଣ ବାତିଲ ପାଇଁ ରାଜ୍ୟ ସରକାରଙ୍କୁ ଆକ୍ସନ ଟେକନ ରିପୋର୍ଟ ମାଗିଲେ ଏନଏଚଆରସି

କେନ୍ୟୁଜ୍(ବ୍ୟୁରୋ): ବଢ଼ିଲା ଆପୋଲୋ ହସ୍ପିଟାଲ ଅଡୁଆ । ଭୁବନେଶ୍ୱର ଆପୋଲ ହସପିଟାଲର ପଞ୍ଜିକରଣ ବାତିଲ ପାଇଁ ପୂର୍ବରୁ ଦିଆଯାଇଥିବା ରାଜ୍ୟ ସରକାରଙ୍କୁ ଆକ୍ସନ ଟେକନ ରିପୋର୍ଟ ମାଗିଲେ ଏନଏଚଆରସି । ମାନବ ଅଙ୍ଗ ପ୍ରତିରୋପଣ ଓ ଟିସ୍ୟୁ ୧୯୪ର ସେକ୍ସନ ୧୬ରେ କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ସନ ଟେକନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଏଥିସହ ପୀଡ଼ିତ ଅନୀଲ କୁମାର ସ୍ୱାମୀଙ୍କୁ ୨ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୬ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଯଦି ଓଡ଼ିଶା ସରକାର ଭୁବନେଶ୍ୱର ଆପୋଲ ହସପିଟାଲର ପଞ୍ଜିକରଣ ବାତିଲ ପାଇଁ ୬ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ କମିଶନ ନିଜ ପକ୍ଷରୁ କଠୋର ପଦକ୍ଷେପ ନେବେ ବୋଲି କହିଛନ୍ତି । ପୂର୍ବରୁ ଆପୋଲର ପଞ୍ଜିକରଣ ବାତିଲ ପାଇଁ ମଧ୍ୟ ଏନଏଚଆରସି ନୋଟିସ କରିଥିଲେ । ମାନବ ଅଙ୍ଗ ପ୍ରତିରୋପଣ ଓ ଟିସ୍ୟୁ ଆକ୍ଟର ଉଲ୍ଲଂଘନ ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି । ଆପୋଲୋରେ ବେଆଇନ ଭାବେ କିଡନୀ ପ୍ରତିରୋପଣ ବାବଦରେ ନୋଟିସରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.