ଫେସବୁକରେ ଆକାଉଣ୍ଟ ନଥିଲେ ଏଣିକି ଆଉ ବ୍ୟବହାର କରିପାରିବେ ନାହିଁ ମ୍ୟାସେଞ୍ଜର

ସୋସିଆଲ ନେଟଓ୍ଵାର୍କିଂ ୱେବସାଇଟ ଫେସବୁକ ଏବେ ବିନା ଫେସବୁକସାଇଟରେ ଆକାଉଣ୍ଟ ବନାଇଥିବା ମ୍ୟାସେଞ୍ଜରର ବ୍ୟବହାରକୁ ଶେଷ କରିବାକୁ ଯାଉଛି। ଏବେ ୟୁଜର୍ସଙ୍କ ପାଇଁ ମ୍ୟାସେଞ୍ଜର ବ୍ୟବହାର କରିବାକୁ ହେଲେ ଫେସବୁକ୍‌ ଆକାଉଣ୍ଟ ବନାଇବା ବାଧ୍ୟତାମୂଳକ ହୋଇଯିିବ।

ଏହାପୂର୍ବରୁ ନୂଆ ୟୁଜର୍ସ ମ୍ୟାସେଞ୍ଜର କିମ୍ବା ମ୍ୟାସେଞ୍ଜର ଲାଇଟ୍‌ ଆପରେ ଫେସବୁକ୍‌ ଆକାଉଣ୍ଟ ଯାଗାରେ ନିଜ ଫୋନ ନମ୍ବର ଦ୍ୱାରା ଲଗଇନ୍‌ କରୁଥିଲେ କିନ୍ତୁ ଏବେ ନୂଆ ଅପଡେଟ ପରେ ୟୁଜର୍ସଙ୍କୁ ମ୍ୟାସେଞ୍ଜର ବ୍ୟବହାର କରିବାକୁ ହେଲେ ଫେସବୁକ୍‌ ଆକାଉଣ୍ଟ ମାଧ୍ୟମରେ ଲଗଇନ୍‌ କରିବା ଜରୁରୀ ହୋଇଯିବ।

ନିଜର ଅପରେଟିଙ୍ଗ୍‌ ସିଷ୍ଟମ ଆଣୁଛି ଫେସବୁକ୍‌

mesengerଫେସବୁକ ଏବେ ନିଜର ଅପରେଟିଙ୍ଗ୍‌ ସିଷ୍ଟମ ବନାଉଛି, ଯାହାଦ୍ୱାରା ସେ ନିଜର ପ୍ରତିଦ୍ୱନ୍ଦୀ ଆପଲର ଆଇଓଏସ ଏବଂ ଗୁଗଲ ଆଣ୍ଡ୍ରଏଡ୍‌ ଠାରୁ ନିର୍ଭରତାକୁ ଶେଷ କରିପାରିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଦୁଇ କମ୍ପାନୀ ପାଖରେ ଦୁନିଆର ସବୁଠାରୁ ଚର୍ଚ୍ଚିତ ଅପରେଟିଙ୍ଗ୍‌ ସିଷ୍ଟମ ରହିଛି। ଫେସବୁକ ଏହାର ଦାୟିତ୍ୱ ମାଇକ୍ରୋସୋଫ୍ଟ ପାଇଁ ଓ୍ଵିଣ୍ଡୋଜ୍‌ ଏନଟି ଅପରେଟିଙ୍ଗ ସିଷ୍ଟମ ବନାଉଥିବା ମାର୍କ ଲ୍ୟୁକୋଓ୍ଵସ୍କୀକୁ ଦେଇଛି।

ରିପୋର୍ଟ ଅନୁଯାୟୀ କମ୍ପାନୀ ସିଲିକନ ଚିପ୍‌ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଠାରୁ ଲେସ୍‌ ଭଏସ୍‌ ଆସିଷ୍ଟାଣ୍ଟ ବନାଇବାରେ ଲାଗିଛି, ଯାହାର ପ୍ରୟୋଗ ଏହି ଅପରେଟିଙ୍ଗ ସିଷ୍ଟମକୁ ପ୍ରସ୍ତୁତ କରିବାରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.