Below header

ହୃଦଘାତରୁ ରକ୍ଷା ପାଇବା ପାଇଁ ଶୀତ ଦିନେ ଖାଆନ୍ତୁ ଏହି ୫ଟି ସୁପର ଫୁଡ଼

ଲମ୍ବା ସମୟ ଧରି ସୁସ୍ଥ ରହିବା ପାଇଁ ନିଜ ହୃଦୟକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ । ନିୟମିତ ବ୍ୟାୟାମ ସହ ପୁଷ୍ଟିକର ଖାଦ୍ୟ ଗ୍ରହଣ କଲେ ସମସ୍ତେ ନିଜ ହୃଦୟକୁ ଦୀର୍ଘ ସମୟ ପାଇଁ ସୁସ୍ଥ ରଖିପାରିବେ । କିନ୍ତୁ ଖାଲି କଠିନ ବ୍ୟାୟାମ କଲେ ଚଳିବନି । ଏହା ସହ ଉଚିତ ଡାଏଟର ଚୟନ ମଧ୍ୟ ନିହାତି ଆବଶ୍ୟକ । ବିଶେଷ ଭାବେ ଶୀତ ଦିନେ ଆମକୁ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କଣ କଣ ଖାଇଲେ ଆମେ ନିଜ ହୃଦୟକୁ ଦୀର୍ଘ ଦିନ ପାଇଁ ସୁସ୍ଥ ରଖିପାରିବା ।

ଭିଟାମିନ ସି ରେ ଭରପୁର ଖାଦ୍ୟ :

ହୃଦୟକୁ ସୁସ୍ଥ ରଖିବା ପାଇଁ ଭିଟାମିନ ସି ଯୁକ୍ତ ଖାଦ୍ୟ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହି ଋତୁରେ ସହଜରେ ମିଳୁଥିବା ଅଁଳା, କମଳା, ପାତି ଲେମ୍ବୁ ପରି ଫଳ ମାନଙ୍କରେ ଭରପୁର ମାତ୍ରାରେ ଏହି ଜାତୀୟ ଭିଟାମିନ ଭରପୁର ଥାଏ । ତେଣୁ ଏହାକୁ ଭରପୁର ମାତ୍ରାରେ ଖାଇବା ଉଚିତ ।

heart

ଓଟ୍ସ :

ଫାଇବର ପରି ତତ୍ୱରେ ଭରପୁର ଓଟ୍ସ ଶରୀରର କୋଲେଷ୍ଟେରଲକୁ କମ କରିଥାଏ । ଯାହାକି ହୃଦୟକୁ ରୋଗ ମୁକ୍ତ ରଖିବା ପାଇଁ ବିଶେଷ ସହାୟକ ହୋଇଥାଏ । ଏହା ସହ ଫ୍ୟାଟକୁ ମଧ୍ୟ କମେଇ ଦେଇଥାଏ ।

 

oats

ନଟ୍ସ :

ଭିଟାମିନ ଇରେ ଭରପୁର ପେସ୍ତାବାଦାମ ଓ ଅଖରୋଟ ହୃଦୟ ପାଇଁ ଖୁବ ଭଲ ହୋଇଥାଏ । ଏହି ନଟ୍ସ ଏଲଡିଏଲ କୋଲେଷ୍ଟେରଲକୁ କମ କରିବା ସହ ଶରୀରକୁ ଅବାଶ୍ୟକିୟ ଓ଼ମେଗା ୩ ଫ୍ୟାଟି ଏସିଡ ଯୋଗେଇଥାଏ ।

ପ୍ରୋଟିନ:

ଶୀତ ଦିନରେ ବିଶେଷ ଭାବେ ଦେହ ହାତ ଶୁଷ୍କ ଲାଗିବା ସହ ତ୍ୱଚା ମଧ୍ୟ ଫାଟି ଥାଏ । ତେଣୁ ଶରୀରକୁ ପ୍ରୋଟିନ, ଭିଟାମିନ, ମିନେରାଲସ, ପଲିଅନସାଚୁରେଟେଡ଼ରେ ଭରପୁର ଖାଦ୍ୟ ନିହାତି ଯୋଗାଇବା ଆବଶ୍ୟକ ।

protein shake

ଆଣ୍ଟି- ଅକ୍ସିଡେଣ୍ଟ;

ଏଂଥୋସାୟନିନ ରେ ଭରପୁର ବ୍ଲୁ ବେରୀଯ ଫଳ ଆଣ୍ଟି ଆକ୍ସିଡେଣ୍ଟର ମୁଖ୍ୟ ସ୍ରୋତ ଅଟେ । ବଡ଼ିର କୋଲେଷ୍ଟେରଲକୁ ମଧ୍ୟ ଏହା କମ କରିଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.