Below header

ରାଜଧାନୀର ଭରତପୁର ଅଞ୍ଚଳରେ ଡ୍ରଗ୍ସ ପାଇଁ ନବମ ଶ୍ରେଣୀ ଛାତ୍ର ହତ୍ୟା ଘଟଣା: ୪ ଗିରଫ, ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ୍

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଡ୍ରଗ୍ସ କାରବାର । ଆଉ ଡ୍ରଗ୍ସ ପାଇଁ ବଢ଼ୁଛି ଅପରାଧ । ଡ୍ରଗ୍ସ କାରବାରକୁ ରୋକିବା ପାଇଁ କମିଶନରେଟ ପୋଲିସ ଗଠନ କରିଛି ସ୍ୱତନ୍ତ୍ର ଟିମ୍‌ । ଭୁବନେଶ୍ୱର ଖଣ୍ଡଗିରି ଥାନା ଭରତପୁର ଅଞ୍ଚଳରେ ଡ୍ରଗ୍ସ ପାଇଁ ନବମ ଶ୍ରେଣୀର ଛାତ୍ର ଅଶ୍ୱିନୀ ପାଢ଼ୀଙ୍କୁ ହତ୍ୟା ଅଭିଯୋଗ ।

ଅଭିଯୋଗ ଅନୁଯାୟୀ, ଗତ ୨ ତାରିଖ ସନ୍ଧ୍ୟାରେ ଅଶ୍ୱିନୀ ପରିବା ଆଣିବା ପାଇଁ ବଜାରକୁ ଯାଇଥିଲେ । ଅଧା ରାସ୍ତାରେ ସ୍ଥାନୀୟ ଅଞ୍ଚଳର କିଛି ନିଶାସକ୍ତ ଯୁବକ ତାଙ୍କୁ ଟଙ୍କା ମାଗିଥିଲେ । ଅଶ୍ୱିନୀ ଟଙ୍କା ନଦେବାରୁ ମରଣାନ୍ତକ ଆକ୍ରମଣ କରିଥିଲେ । ଚିକିତ୍ସାବସ୍ଥାରେ ଗତକାଲି ଅଶ୍ୱିନଙ୍କ ମୃତ୍ୟୁ ହୋଇଛି ।

ପରିବାର ଲୋକଙ୍କ ଅଭିଯୋଗ ଘଟଣାରେ ୭ରୁ ୮ଜଣ ଯୁବକ ସାମିଲ ଅଛନ୍ତି । ଯେଉଁମାନେ କି ନିଶା ଖାଇବା ପାଇଁ ପ୍ରତିଦିନ ସ୍ଥାନୀୟ ଅଞ୍ଚଳରେ ଛୋଟବଡ ଅପରାଧ ଘଟାନ୍ତି । ଏହି ଘଟଣାରେ ୪ଜଣଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଖୋଜୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.