ଆତ୍ମହତ୍ୟା କଲେ ଏହି ଟିଭି ଅଭିନେତ୍ରୀ, ପରିବାର ଲୋକ ଆଣିଛନ୍ତି ଉତ୍ପୀଡ଼ନର ଆରୋପ

ଆନ୍ଧ୍ରପ୍ରଦେଶର ତେଲୁଗୁ ଟିଭି ସିରିଏଲର ଜଣେ ଅଭିନେତ୍ରୀ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି । ଆନ୍ଧ୍ରପ୍ରଦେଶରେ ରହୁଥିବା ଶ୍ରାବଣୀ କୋଣ୍ଡପାଲି(26) ମଙ୍ଗଳବାର ନିଜ ରୁମ ଭିତରେ ଥିବା ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାମଧ୍ୟରେ ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଅଭିନେତ୍ରୀଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ କାକିନାଡାର ଜଣେ ବ୍ୟକ୍ତି ତାଙ୍କୁ ହଇରାଣ କରୁଥିଲେ ଏବଂ ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ।

ଅଧିକାରୀ ଜଣକ କହିଛନ୍ତି ଯେ ଶ୍ରାବଣୀ ମଙ୍ଗଳବାର ରାତିରେ ତାଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା ପରେ ନିଜ ରୁମ ଭିତରକୁ ଯାଇଥିଲେ। ଅନେକ ସମୟ ପରେ ଯେତେବେଳେ ସେ ବାହାରକୁ ଆସିଲେ ନାହିଁ, ପରିବାର ସଦସ୍ୟ କବାଟ ବାଡେଇ ମଧ୍ୟ କୌଣସି ପ୍ରତିକ୍ରିୟା ପାଇନଥିଲେ । ଏହା ପରେ ସେମାନେ କବାଟ ଭାଙ୍ଗି କୋଠରୀ ଭିତରକୁ ଯାଇଥିଲେ ଆଉ ସେତେବେଳକୁ ଅଭିନେତ୍ରୀ ଜଣକ ରଶି ଲଗାଇ ଫ୍ୟାନରେ ଝୁଲି ପଡିଥିଲେ ।

ଶ୍ରାବଣୀ ଅନେକ ଟେଲିଭିଜନ ସିରିଏଲରେ ଅଭିନୟ କରିଛନ୍ତି ଏବଂ ବର୍ତ୍ତମାନ ସେମଧ୍ୟରୁ କିଛି ସିରିଏଲରେ ସେ ଏବେ ମଧ୍ୟ କାମ କରୁଛନ୍ତି । ତାଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ ଅଭିନେତ୍ରୀଙ୍କ ପରିଚିତ କାକିନାଡାର ଜଣେ ବ୍ୟକ୍ତି ତାଙ୍କ ମୃତ୍ୟୁ ପାଇଁ ଦାୟୀ । ତେବେ ଏହି ଅଭିଯୋଗ ଆଧାରରେ ଧାରା 306 (ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା) ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ଏବଂ ପୋଲିସ ଏହାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.