Below header

ଉମରକୋଟର ବିଭିନ୍ନ ବ୍ୟବସାୟୀ ସଙ୍ଘ ପକ୍ଷରୁ ବଡ ନିଷ୍ପତ୍ତି: ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ଖୋଲାରହିବ ଦୋକାନ, ପ୍ରତି ଶନିବାର ଓ ରବିବାର ସଟଡାଉନ

ଉମରକୋଟ: ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ଯା । ସେହି ଅନୁପାତରେ ସୁସ୍ଥତା ହାର ମଧ୍ଯ ବଢୁଛି । ହେଲେ ସବୁ ଲୋକ କୋଭିଡ କଟକଣାକୁ ମାନି ସଚେତନ ରହିବା ନିହାତି ଆବଶ୍ଯକ।

ଏହି ପରିପେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟର ବିଭିନ୍ନ ବ୍ୟବସାୟୀ ସଙ୍ଘ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଉମରକୋଟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତ ଦୋକାନ ବଜାର ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ସେପ୍ଟେମ୍ବର ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.