କେନ୍ଦ୍ରାପଡ଼ା ଲୁଣା ନଦୀରେ ଏକାସଙ୍ଗେ ଭାସି ଭାସି ଯାଉଛି ଦୁଇଟି ମୃତଦେହ

କେନ୍ଦ୍ରାପଡ଼ା: ଏକାସଙ୍ଗେ ଭାସି ଭାସି ଯାଉଛି ଦୁଇଟି ମୃତଦେହ । କେନ୍ଦ୍ରାପଡ଼ା ଲୁଣା ନଦୀରେ ଦୁଇଟି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଜଣେ ଅଜଣା ଯୁବକ ଓ ଜଣେ ଯୁବତୀଙ୍କ ଏହି ମୃତଦେହ ଦୁଇଟିକୁ ଲୋକେ ଲୁଣା ନଦୀର କଳପଡ଼ା ପୋଲ ନିକଟରେ ଦେଖିଥିଲେ । ମୃତଦେହ ଦୁଇଟିର ପରିଚୟ ମିଳିପାରିନାହିଁ ।

ତେବେ ନଦୀ ସ୍ରୋତରେ ତଳକୁ ଭାସି ଭାସି ଯାଉଛନ୍ତି ଦୁଇ ମୃତ ଦେହ। ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏହି ଘଟଣାକୁ ନେଇ କୌଣସି ଅଧିକ ସୂଚନା ଏଯାଏ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.