Below header

ଅସୁସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର, ଉଦଘାଟନ ହେବାର ୩ବର୍ଷ ପରେ ବି ହୋଇ ପାରିନି କାର୍ଯ୍ୟକ୍ଷମ

ମୟୁରଭଞ୍ଜ : ବିପର୍ଯ୍ୟସ୍ତ ଅବସ୍ଥାରେ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ଦେଉଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି ଚିକିତ୍ସାଳୟ । ଉଦଘାଟନ ହେବାର ୩ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ପାରିନି । ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ମିତ ହୋଇଛି ୨୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ । ନା ଅଛନ୍ତି ଡାକ୍ତର ନା ଉପଯୁକ୍ତ ପରିମାଣର ଶଯ୍ୟା । କେବଳ ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ପିଏଚସି । ଏପରିକି ଜନନୀ ସୁରକ୍ଷା ପାଇଁ ସରକାର ସମସ୍ତ ସୁବିଧା ଯୋଗାଇ ଦେବା ପରେ ବି ପ୍ରସୁତୀଙ୍କୁ ବାରିପଦା ମେଡିକାଲ କଲେଜକୁ ନେବାକୁ ପଡୁଥିବା ଆଶାକର୍ମୀ ଅଭିଯୋଗ କରିଛନ୍ତି । ଦିନ ବେଳେ ସ୍ଥାନୀୟ ଲୋକେ ଏଠାରେ ଧାନ ଶୁଖାଇବା କାମ କରୁଥିବା ବେଳେ ରାତିରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟୁଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଜିଳ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମେଡିକାଲ ପରିଦର୍ଶନ କରି ନିଜ ତତ୍ୱାବଧାନରେ ରଖିବାକୁ ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.