ନନ୍ଦନକାନନ ଆସିବନି ସୁନ୍ଦରୀ

ଭୁବନେଶ୍ବର : ନନ୍ଦନକାନନ ଆସିବନି ବାଘୁଣୀ ସୁନ୍ଦରୀ । ସ୍ଥାନାନ୍ତରଣ ନେଇ ପ୍ରଶ୍ନ ଉଠାଇଲେ ସେଣ୍ଟ୍ରାଲ ଜୁ ଅଥରିଟି । ଏ ନେଇ PCCF, ଓଡ଼ିଶାକୁ ଚିଠି ଲେଖିଛନ୍ତି ସେଣ୍ଟ୍ରାଲ ଜୁ ଅଥରିଟି । ଜଙ୍ଗଲି ଜନ୍ତୁଙ୍କୁ ଚିଡିଆଖାନାରେ ରଖିବା ନିୟମ ନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ସୁନ୍ଦରୀ ସୁସ୍ଥ ଥିବା PCCF ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି । ତାକୁ ଏନ୍କ୍ଲୋଜରରେ ଅଲଗା ରଖାଯାଇଛି । NTCA ଓ WIIକୁ ଚିଠି ଲେଖାଯାଇଛି । ଉଭୟ କର୍ତ୍ତୃପକ୍ଷ ଖୁବ୍ଶୀଘ୍ର ଆସିବେ । ସେମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି ।