କେମିତି ଫ୍ରିଜ୍ ଭଳି ଥଣ୍ଡା ଲୋକଙ୍କୁ ନେଇ ଶୋ କରୁଛନ୍ତି ବିଗ ବସ୍ : ରାକ୍ଷୀ ସାୱନ୍ତ

ମୁମ୍ବାଇ : ବଲିଉଡ଼ର ଆଇଟମ ଗର୍ଲ ଭାବେ ଜଣାଯାଉଥିବା ରାକ୍ଷୀ ସାୱନ୍ତ ସବୁବେଳେ ତାଙ୍କ ବିବାଦିୟ ମନ୍ତବ୍ଯକୁ ନେଇ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ #MeToo ଏବଂ ତନୁଶ୍ରୀଙ୍କ ବିରୋଧରେ କହି ଚର୍ଚ୍ଚାର ବିଷୟ ପାଲଟିଥିବା ରାକ୍ଷୀ ପୁଣିଥରେ ଚର୍ଚ୍ଚାରେ। ଏବେ ସେ ଆଉ କାହା ବିଷୟରେ ନୁହଁ ବରଂ ପ୍ରସିଦ୍ଧ ରିଆଲିଟି ଶୋ ବିଗବସ ବିଷୟରେ ବୟାନ ଦେଇ ରହିଛନ୍ତି ଚର୍ଚ୍ଚାରେ।
ମିଳିଥିବା ସୂଚନା ମୁତାବକ , ରାକ୍ଷୀ ସାୱନ୍ତ ଏବଂ ବିଗବସ ୧୧ର ପ୍ରତିଯୋଗୀ ଅର୍ଶି ଖାନଙ୍କ ସହ ଏକ ଇଭେଣ୍ଟରେ ପହଞ୍ଚିଥିଲେ। ସେଠାରେ ଦୁହେଁ ମିଶି ଉଡ଼ାଇଥିଲେ ବିଗବସ ୧୨ର ମଜାକ୍। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ରାକ୍ଷୀ ମଧ୍ୟ ପୂର୍ବରୁ ବିଗବସର ପ୍ରତିଯୋଗୀ ରହିସାରିଛନ୍ତି।
ଦୁଇ କଳାକାର ବିବାଦନୀୟ କଳାକାର ବିଗବସ ବିଷୟରେ କହିଛନ୍ତି, ଚଳିତ ବର୍ଷ ବିଗବସରେ ବହୁତ ଥଣ୍ଡା ପ୍ରତିଯୋଗୀ ମାନେ ରହିଛନ୍ତି, ଯାହା ଫଳରେ ଲୋକ ଶୋ ଦେଖିବାକୁ ଭଲ ପାଉନାହାନ୍ତି। ରାକ୍ଷୀ କହିଛନ୍ତି ପୁଣିଥରେ ବିଗବସ ହାଉସକୁ ଅର୍ଶି ଖାନଙ୍କୁ ପଠାଇବା ଦରକାର । ସେ ଘରକୁ ଗଲେ ହଲଚଲ ମଚାଇ ଦେବେ କାରଣ ତବାହିର ଦ୍ବିତୀୟ ନାମ ଅର୍ଶି ଖାନ। ତେବେ ଏହି ସିଜନରେ ଦୁହିଁଙ୍କ ମନପସନ୍ଦ ପ୍ରତିଯୋଗୀ ରହିଛନ୍ତି ଶ୍ରୀସାନ୍ଥ।