Below header

କେବେ ବି ଦୂରେଇବେନି ସାଥୀ , ଯଦି ଫଲୋ କରିବେ ଆମେ କହୁଥିବା ଏହି ୫ ଟିପ୍ସ

ଅଧିକାଂଶ ଲୋକଙ୍କ ଧାରଣା ଯେ ରିଲେସନସିପ ଏବଂ ବିବାହର କିଛି ଦିନ ପରେ ହିଁ ସମ୍ପର୍କରେ ଭଲ ପାଇବାର ଚମକ ଫିକା ପଡିବାକୁ ଲାଗିଥାଏ। ଲୋକମାନେ ଜୀବନରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ସାଥିଙ୍କ ପ୍ରତି ତାଙ୍କର ଭଲ ପାଇବାକୁ କମ୍ କରି ଦେଉଛନ୍ତି। ଯେଉଁଥିରେ ଦୁଇ ପ୍ରେମୀଙ୍କ ମଧ୍ୟରେ ଭଲପାଇବା ଜାଗାରେ ଚିନ୍ତା ଆସିବାକୁ ଲାଗିଥାଏ।

କିନ୍ତୁ ଜଣାଇ ରଖିବାକୁ ଚାହିଁବୁ ଛୋଟ ଛୋଟ ଖୁସି ଏବଂ ସେହି ଖୁସିକୁ ଉପଭୋଗ କରିବା ଦ୍ବାରା ସମ୍ପର୍କରେ ଭଲପାଇବା ରହିବା ବହୁତ ଆବଶ୍ୟକ ହୋଇଥାଏ। ଆମେ ଆପଣଙ୍କୁ କିଛି ଏମିତି କଥା ଜଣାଇବାକୁ ଯାଉଛୁ ଯାହାକୁ ଧ୍ୟାନରେ ରଖିଲେ ଆପଣଙ୍କ ସମ୍ପର୍କରେ ପ୍ରେମ ଅତୁଟ ରହିଥାଏ।

partner

ସାଥୀଙ୍କ ପାଇଁ ସମୟ ବାହାର କରନ୍ତୁ

ସାଥୀଙ୍କ ପାଇଁ ସମୟ ବାହାର କରନ୍ତୁ- ସମ୍ପର୍କକକୁ ଲଙ୍ଗ ଲାଷ୍ଟିଙ୍ଗ କରିବା ପାଇଁ ନିଜ ସାଥିଙ୍କୁ ସମୟ ଦେବା ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ। ଯଦି ଆପଣ ନିଜ ସାଥୀଙ୍କୁ ସମୟ ଦେବେ ନାହିଁ ତେବେ ଏହା ଦ୍ବାରା ଯୋଗାଯୋଗ ମଧ୍ୟରେ ଫାଙ୍କ ରହିଥାଏ ଏବଂ ଦୁହିଁଙ୍କ ମଧ୍ୟରେ ଏକାପଣ ଆସିବାକୁ ଲାଗିବ। ଆଗକୁ ଯାଇ ଏହି ଏକାପଣ ସମ୍ପର୍କ ଭାଙ୍ଗିବାର କାରଣ ହୋଇପାରେ।

ଏହା ସହ ପଢ଼ନ୍ତୁ : ଗୋଟେ ଭଲ ଜୀବନସାଥୀ ପାଇବାକୁ ଚାହୁଁଛନ୍ତି କି? ଧ୍ଯାନ ଦିଅନ୍ତୁ ଏହି ୫ଟି ଦିଗ ଉପରେ

ଭରଷା ଅତୁଟ ରଖନ୍ତୁ

unwanted-male-attention

ସମ୍ପର୍କର ମଜବୁତକୁ ଜାବୁଡି ରଖିଥାଏ ଦୁହିଁଙ୍କର ବିଶ୍ବାସ। ନିଜର ସମ୍ପର୍କକୁ ବିଶ୍ବସ୍ଥ ରଖିବା ପାଇଁ ଜଣ ଜଣଙ୍କ ଉପରେ ଭରଷା କରିବା ଶିଖନ୍ତୁ। ଏହା ସହିତ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ କେବେବି ମିଛର ଆଶ୍ରା ନିଅନ୍ତୁ ନାହିଁ। ମିଛ ସନ୍ଦେହର କୀଡାକୁ ଜନ୍ମ ଦେଇଥାଏ ଏବଂ ଏହି ସନ୍ଦେହ ଭଲ ରୁ ଭଲ ସମ୍ପର୍କକୁ ମଧ୍ୟ ଖରାପ କରିଦେଇଥାଏ।

couple

ବେଶି ଆଶା ରଖନ୍ତୁ ନାହିଁ

ଜୀବନ ଏବଂ ଫିଲ୍ମରେ ବହୁତ ପାର୍ଥକ୍ୟ ରହିଥାଏ, ଏହି କଥାକୁ ଜଲଦି ନିଜର ମୁଣ୍ଡରୁ କାଢ଼ି ଦିଅନ୍ତୁ। ଆପଣଙ୍କ ସାଥୀଙ୍କର ତୁଳନା ନିଜର କୌଣସି ସର୍ମ୍ପକୀୟଙ୍କ ସହିତ କରିବା ଉଚତି ନୁହେଁ। ସମସ୍ତଙ୍କର ସ୍ବଭାବ ଅଲଗା ଅଲଗା ହୋଇଥାଏ, ଏହି କଥାକୁ ଆପଣ ବୁଝିବା ଦରକାର ଯେ ଆପଣ ନିଜେ ସ୍ବାଧୀନ ଭାବେ ରୁହନ୍ତୁ ଏବଂ ତାଙ୍କୁ ମଧ୍ୟ ତାଙ୍କର ପସନ୍ଦରେ ବଞ୍ଚିବାକୁ ଦିଅନ୍ତୁ। ଯଦି ଆପଣ ଆପଣଙ୍କ ସାଥୀଙ୍କୁ ନିଜ ହିସାବରେ ରଖିବାକୁ ଚାହିଁବେ ତେବେ ସେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଲାଗିବେ।

ନକାରାତ୍ମକ କଥାରୁ ଦୂରେଇ ରୁହନ୍ତୁ

partner

କାହା ଆଗରେ ମଧ୍ୟ ନିଜର ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ ଏବଂ ସାଥୀଙ୍କର ମଜାକ ଉଡାନ୍ତୁ ନାହିଁ। ସବୁ ସମୟରେ ନିଜର ସାଥୀଙ୍କୁ ଜଜ କରିବା ଛାଡି ଦିଅନ୍ତୁ। ଏମିତି ହେବା ଦ୍ବାରା ସବୁ ସମୟରେ ଆପଣଙ୍କ ମଧ୍ୟରେ ଚିନ୍ତା ଲାଗିକି ରହିଥାଏ ଏବଂ ଧୀରେ ଧୀରେ ଆପଣ ଦୁହିଁଙ୍କ ମଧ୍ୟରେ ଘୃଣାଭାବ ଜନ୍ମ ନେଇପାରେ। ଆପୋସ ବୁଝାମଣା କରି ସମସ୍ୟାକୁ ସମାଧାନ କରିବାର ପ୍ରୟାସ କରନ୍ତୁ। କେବେ ବି ତ୍ରୁତୀୟ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ନାହିଁ।

partner 2

ସଞ୍ଜମତାର ସହିତ କାମ କରନ୍ତୁ

ସବୁ ସମ୍ପର୍କରେ ଲଢ଼େଇ ଝଗଡା ହୋଇଥାଏ। ଏହାର ମାନେ ନୁହେଁ ଯେ ଆପଣ ଚିଲେଇ ପାଟି କରିବେ। ଯେତେବେଳେ ମଧ୍ୟ ଝଗଡା ଅଧିକ ବଢ଼ିଯାଏ ତେବେ ସଞ୍ଜମତା ରଖନ୍ତୁ। କୁହାଯାଏ ଯେ ଯେତେବେଳେ ଝଗଡା ହୋଇଥାଏ ସେତେବେଳେ ଦୁହିଁଙ୍କ ମଧ୍ୟରେ  କୌଣସି ଜଣଙ୍କୁ ସାନ୍ତ ରହିବାକୁ ପଡିଥାଏ। ଏଥିପାଇଁ ଯେତେବେଳେ ବି ଏମିତି ହେବ ତେବେ କଥାର ଗଭୀରକୁ ଯାଇ କିଛି ସମାଧାନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.