ମମତାଙ୍କ ବୈଠକରେ ଯୋଗ ଦେଲାନି ବିଜେଡି, କାଏମ୍‌ ରଖିଛି ସମଦୂରତା ନୀତି

ଭୁବନେଶ୍ୱର: ବିଜେଡିର NO FRONT POLICY। ସାମ୍ମୁଖ୍ୟ ସପକ୍ଷରେ ନୁହେଁ ଦଳ। ମମତାଙ୍କ ମେଳିରୁ ବିଜେଡି ଦୂରେଇ ରହିବା ପରେ ରାଜନୈତିକ ମହଲରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ନବୀନଙ୍କର ସାମ୍ମୁଖ୍ୟ ନେଇ ଅନୁଭୂତି ରହିଛି।

୨୦୦୯ରେ ସାମ୍ମୁଖ୍ୟ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାମଦଳ, ଏନ୍‌ସିପି ଓ ବିଜେଡି ମିଶି ଏକ ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ଭୁବନେଶ୍ୱରରେ ବିରାଟ ର‍୍ୟାଲିର ଆୟୋଜନ ହୋଇଥିଲା। କିନ୍ତୁ ସେତେବେଳେ ଏନ୍‌ସିପି ସୁପ୍ରିମୋ ଶରତ ପାୱାର ଏ ର‍୍ୟାଲିରୁ ଦୂରେଇ ରହିଥିଲେ। ଏହାକୁ ନେଇ ସେତେବେଳେ ଜାତୀୟ ରାଜନୀତିରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ନବୀନ ଗୋଟି ଚଳାଉଥିଲେ। ୨୦୧୨ରେ ନବୀନ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପି.ଏ. ସାଙ୍ଗମାଙ୍କ ନାଁ ଘୋଷଣା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ। ନବୀନଙ୍କ ପ୍ରାର୍ଥୀ ପି.ଏ.ସାଙ୍ଗମାଙ୍କୁ ସମର୍ଥନ ଦେଇଥିଲା ବିଜେପି।

bjd

ଏବେ ୨୦୨୨ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ଏକାଠି ହେଉଛନ୍ତି। କିନ୍ତୁ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସୁଛି ବିଜେଡି। ଜାତୀୟ ସ୍ତରର ସବୁ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କର ରହିଛି ଭଲ ସମ୍ପର୍କ। ତେଣୁ ସାମ୍ମୁଖ୍ୟରେ ଯୋଗ ଦେବା ସପକ୍ଷରେ ବିଜେଡି ସୁପ୍ରିମୋ ଆଉ ନାହାନ୍ତି ବୋଲି କୁହାଯାଉଛି। ଏଣୁ ଏବେ ସମଦୂରତା ନୀତିରେ ବିଜେଡି କାଏମ୍‌ ରହିଛି।

Also Read: ଦିଲ୍ଲୀରେ ମମତା ଡାକିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏଥରକ ବିରୋଧୀ ଦେବେ ରାଷ୍ଟ୍ରପତି ପ୍ରାର୍ଥୀ