ବର୍ତ୍ତମାନ ଆପଣ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ସ୍ଥାନାନ୍ତର କରି ପାରିବେ ନିଜର ଚାଟ୍ ହିଷ୍ଟ୍ରୀ

ହ୍ୱାଟ୍ସଆପ୍ ଦିନକୁ ଦିନ ନିଜର ନୂଆ ନୂଆ ଫିଚର୍ ସବୁ ଲଞ୍ଚ କରୁଛି। ଯାହା ପାଇଁ ଗ୍ରାହକ ମଧ୍ୟ ଏହି ଆପ୍ କୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହି ଲୋକ ପ୍ରିୟ ଆପ୍ ହ୍ୱାଟ୍ସଆପ ଆଉ ଏକ ନୂଆ ଫିଚର୍ ଲଞ୍ଚ କରିବାକୁ ଯାଉଛି। ଯାହା ଦ୍ଵାରା ଆପଣ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ଡାଟା ସ୍ଥାନାନ୍ତର କରି ପାରିବେ। ନିଜର ଚାଟ୍ ହିଷ୍ଟ୍ରି ଟ୍ରାନ୍ସଫର କରିବା ପାଇଁ ଗତ ବର୍ଷ ଆଇଫୋନ୍-ଟୁ-ଆଣ୍ଡ୍ରଏଡ୍ ଫିଚର୍ ଆରମ୍ଭ କରିଛି ହ୍ୱାଟ୍ସଆପ।

 Mark Zuckerberg
picture credit-the verge

ମେଟା ସିଇଓ ମାର୍କ ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟରେ ଏହି ନୂଆ ଫିଚର ବିଷୟରେ ଘୋଷଣା କରିଥିଲେ । ଦୀର୍ଘ ଦିନ ଧରି ଏହି ଇସୁ ରହି ଆସିଥିଲା। କିନ୍ତୁ ବର୍ତ୍ତମାନ ଏହା ଅପଡେଟ୍ ହେବା ପରେ ଦୁଇଟି ମୋବାଇଲ୍ ଅପରେଟିଂ ସିଷ୍ଟମ୍ ମଧ୍ୟରେ ଚାଟ୍ ସ୍ଥାନାନ୍ତର ହୋଇ ପାରିବ। ଏହା ଭିନ୍ନ ଭିନ୍ନ ହୋଇ ଥିବାରୁ ପୂର୍ବରୁ ଏହା ସମ୍ଭବ ହୋଇ ପାରିନଥିଲା। କିନ୍ତୁ ବର୍ତ୍ତମାନ ଆପଣ ଡାଟା ଟ୍ରାନସ୍ଫର କରିବା ପାଇଁ ଆଇଫୋନ୍ ସେଟଅପ୍ ସମୟରେ, “ମୁଭ୍ ଡାଟା ଫ୍ରମ୍ ଆଣ୍ଡ୍ରଏଡ” ଅପ୍ସନକୁ ସିଲେକ୍ଟ କରନ୍ତୁ। ଆଣ୍ଡ୍ରଏଡ୍ ଆପ୍ ରେ ଷ୍ଟେପଗୁଡିକ ଅନୁସରଣ କରନ୍ତୁ। ଥରେ ଆଇଫୋନ୍ ସଂପୂର୍ଣ୍ଣ ସେଟ୍ ଅପ୍ ହୋଇଗଲେ ହ୍ୱାଟ୍ସଆପ୍ ଖୋଲନ୍ତୁ ଏବଂ ସମାନ ଫୋନ୍ ନମ୍ବର ବ୍ୟବହାର କରି ସାଇନ୍ ଇନ୍ କରନ୍ତୁ। ଏପରି କରିବା ପରେ ଆଣ୍ଡ୍ରଏଡ୍ ଚାଟ୍ ହିଷ୍ଟ୍ରି ଆପଣ ଦେଖି ପାରିବେ।

ସ୍ଥାନାନ୍ତର ଆରମ୍ଭ କରିବାକୁ, ଆପଣଙ୍କୁ ଆଣ୍ଡ୍ରଏଡ୍ 5 କିମ୍ବା ଆଣ୍ଡ୍ରଏଡ୍ ଡିଭାଇସରେ ଏବଂ ଆପଣଙ୍କ ଆଇଫୋନରେ iOS 15.5 ଚଲାଇବାକୁ ପଡିବ । ଯଦି ଆପଣଙ୍କର ପୂର୍ବରୁ ଏକ iOS ଚାଟ୍ ହିଷ୍ଟ୍ରୀ ରହିଥିବ, ତେବେ ଇମ୍ପୋରଟେଡ ହୋଇଥିବା ଆଣ୍ଡ୍ରଏଡ୍ ଚାଟ୍ ଏହାକୁ ପୁଣି ଥରେ ଲେଖା ଯିବାର ଦେଖାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.