କ୍ୟାନସରକୁ ଭଲ କରିବ ଦେଶୀ ଟିକା, ଭାରତୀୟ ଚିକିତ୍ସାବିତ୍ଙ୍କ ଆଉ ଏକ ସଫଳତା
![CANCER](https://knewsodisha.com/wp-content/uploads/2022/06/CANCER-1.jpg)
ନୂଆଦିଲ୍ଲୀ : କ୍ୟାନସର କଥା ଉଠିଲେ ଭୟରେ ମନ ଥରିଯାଏ । କାରଣ କ୍ୟାନସର ଏପରି ଏକ ରୋଗ ଯାହାକୁ ପୂର୍ଣ୍ଣ ନିରାକରଣ କରାଯାଇପାରି ନାହିଁ । ଏଥିରେ ଥରେ ଆକ୍ରାନ୍ତ ହେଲେ ଯଦି ଠିକ ସମୟରେ ଧରା ନପଡେ, ମୃତ୍ୟୁ ସୁନିଶ୍ଚିତ ବୋଲି ଧରିନିଆଯାଏ । ହେଲେ ଏବେ କ୍ୟାନ୍ସର ଉପରେ ଏକ ସଫଳତା ପାଇଛନ୍ତି ଭାରତୀୟ ଗବେଷକମାନେ । ଗର୍ଭାଶୟ କ୍ୟାନ୍ସରକୁ ରୋକି ହେବ ବୋଲି କହିଛନ୍ତି ଏହି ଗବେଷକମାନେ ।
ଏଥିପାଇଁ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଗର୍ଭାଶୟ କ୍ୟାନ୍ସର ବିରୋଧରେ ଦେଶୀ ଟିକା । ସେରମ ଇନ୍ଷ୍ଟିଚ୍ୟୁଟ୍ ବିକଶିତ କରିଛି ଦେଶୀ ଟିକା । ଟିକାର ବ୍ୟବହାର ପାଇଁ ଡିସିଜିଆଇ ନିକଟରେ ଅନୁମତି ଲୋଡାଯାଇଛି। ଆଜି ଏନେଇ SEC ଆଲୋଚନା କରିବ । ଏହି ଟିକା ବୟସ ନିର୍ବିଶେଷରେ ଆଣ୍ଟିବଡି ସୃଷ୍ଟି କରିବ ।
୨୦୨୨ ଶେଷ ସୁଦ୍ଧା ଟିକା ବଜାରକୁ ଆସିବାର ସମ୍ଭାବନା ରହିଛି। ଗର୍ଭାଶୟ ଓ ଗ୍ରୀବା କ୍ୟାନ୍ସର ବିରୋଧ ଲଢ଼େଇରେ ଏହା ହେବ ପ୍ରଥମ ସ୍ୱଦେଶୀ ଟିକା । ଟିକାର ୨ରୁ ୩ ଫେଜ୍ କ୍ଲିନିକାଲ ପରୀକ୍ଷଣ କରାଯାଇଛି। ଏହା ସଫଳ ହୋଇଥିବା ଗବେଷକମାନେ ପ୍ରକାଶ କରିଛନ୍ତି । ଯଦି ଏହା ଠିକ୍ ଠାକ କାମ କରେ ତେବେ କ୍ୟାନସର ଉପରେ ଏହା ଆଣିବ ଏକ ବଡ଼ ବିଜୟ । ଆଗାମୀ ନଭେମ୍ବର ମାସରେ ଏହା ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।