ରାହୁଲଙ୍କ ଚିକିତ୍ସା ଓ ପଢ଼ା ଖର୍ଚ୍ଚ ବହନ କରିବେ ସରକାର, ହସ୍ପିଟାଲରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘୋଷଣା

ଛତିଶଗଡ଼: ଛତିଶଗଡ଼ର ବିଳାସପୁର ମେଡିକାଲରେ ଚାଲିଛି ସାହସୀ ରାହୁଲଙ୍କ ଚିକିତ୍ସା। ଆଜି ମେଡିକାଲରେ ପହଞ୍ଚି ରାହୁଲକୁ ଭେଟିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ମୁଖ୍ୟମନ୍ତ୍ରୀ ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି। ଏ ଅବସରରେ ସେ ଦୁଇଟି ବଡ଼ ଘୋଷଣା ମଧ୍ୟ କରିଛନ୍ତି। ବଘେଲ କହିଛନ୍ତି ଯେ ରାହୁଲଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏଥିସହ ସୁସ୍ଥ ହେବା ପରେ ରାହୁଲର ପଢ଼ା ଖର୍ଚ୍ଚ ମଧ୍ୟ ସରକାର ଦେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

୧୦୪ ଘଣ୍ଟାର ଅପରେସନ୍‌ ପରେ ଶହେ ଫୁଟ ତଳୁ ରାହୁଲ ଉଦ୍ଧାର ହେବାକୁ ଚମତ୍କାର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଦୀର୍ଘ ୫ ଦିନ ଧରି ବୋରୱେଲରେ ଫସି ରହିବାରୁ ବାୟୁ ଚଳାଚଳରେ ଅସୁବିଧା ସମ୍ମୁଖୀନ ଯୋଗୁଁ ରାହୁଲ ଶରୀରରେ କିଛି ଇନ୍‌ଫେକସନ୍‌ ହୋଇଛି। ସାମାନ୍ୟ ଜ୍ୱର ହେଉଥିଲେ ବି ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାହୁଲଙ୍କ ପାଇଁ ଆଗାମୀ ୨ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି।

Also Read: ମମତାଙ୍କ ବୈଠକରେ ଯୋଗ ଦେଲାନି ବିଜେଡି, କାଏମ୍‌ ରଖିଛି ସମଦୂରତା ନୀତି