ଦିଲ୍ଲୀରେ ମମତା ଡାକିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏଥରକ ବିରୋଧୀ ଦେବେ ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ: ଆଜି ମମତା ବାନାର୍ଜୀ ଡାକିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ, ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଦେବେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଜଣେ ପ୍ରାର୍ଥୀ ଛିଡ଼ା କରିବେ। ସର୍ବସମ୍ମତି କ୍ରମେ ଜଣଙ୍କୁ ଛିଡ଼ା କରିବାକୁ ବୈଠକରେ ସଂକଳ୍ପ ନେଇଛନ୍ତି ବିରୋଧୀ। ତେବେ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ନାଁକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ କୌଣସି ଏକ ନାଁ ସ୍ଥିର ହୋଇ ନାହିଁ।
ନୂଆଦିଲ୍ଲୀରେ ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଂଗ୍ରେସ, ଶିବ ସେନା, ସମାଜବାଦୀ ପାର୍ଟି ସମେତ ୧୭ଟି ଦଳ ସାମିଲ ହୋଇଥିଲେ। କିନ୍ତୁ ଟିଆରଏସ୍, ୱାଇଏସ୍ଆରସିପି, ଆପ୍, ବିଜେଡି ଓ ଅକାଳୀ ଦଳ ଏହି ବୈଠକରେ ସାମିଲ ହୋଇନଥିଲେ।
Leaders of 16 parties participated in the opposition leaders’ meeting called by Mamata Banerjee over presidential polls.#PresidentialElection #news https://t.co/xhgJm11JJK
— IndiaToday (@IndiaToday) June 15, 2022
ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଓ ୨୧ ତାରିଖରେ ଗଣତି ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
Also Read: ରଜ ମଉଜ ହେଲା କାଳ: ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ