ରଜ ମଉଜ ହେଲା କାଳ: ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ
ଖୋର୍ଦ୍ଧା: ରଜ ମଉଜ ହେଲା କାଳ। ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ। ରଜ ପାଇଁ ବ୍ରହ୍ମପୁରରୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଛୋଟରାୟପୁର ଗାଁ ମାମୁ ଘରକୁ ଆସିଥିବା ଆୟୁଷ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଆୟୁଷ ଓ ଆଉ ଜଣେ ଭାଇ ମାମୁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ମିଶି ପୋଖରୀରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। ୨ ଭଣଜା ଗଭୀର ଜଳରେ ବୁଡ଼ି ଯାଉଥିବା ବେଳେ ମାମୁ ଜଣଙ୍କୁ ହିଁ ପାଣିରୁ ଟାଣି ଆଣିବାରେ ସଫଳ ହୋଇଥିଲେ। କିନ୍ତୁ ଆୟୁଷଙ୍କର କୌଣସି ପତ୍ତା ମିଳି ନଥିଲା। ଖବର ପାଇ ଚିଲିକା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ଆୟୁଷଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଆୟୁଷଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଆୟୁଷ ଦଶମ ଶ୍ରେଣୀରେ ପଢ଼ନ୍ତି ଓ ବାପା-ମା’ଙ୍କର ଏକମାତ୍ର ସନ୍ତାନ ବୋଲି ଜଣାପଡ଼ିଛି।
Also Read: ବଡ଼ମ୍ବା ବନାଞ୍ଚଳରୁ ପୁଣି ଦନ୍ତା ହାତୀର କଙ୍କାଳ ଉଦ୍ଧାର, ୬ ମାସ ପୂର୍ବରୁ ପୋତା ଯାଇଥିବା ସୂଚନା