ବଡ଼ମ୍ବା ବନାଞ୍ଚଳରୁ ପୁଣି ଦନ୍ତା ହାତୀର କଙ୍କାଳ ଉଦ୍ଧାର, ୬ ମାସ ପୂର୍ବରୁ ପୋତା ଯାଇଥିବା ସୂଚନା
ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳରୁ ପୁଣି ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି। ଖାରୋଡ଼ ଡବାଖୋଲ ଅଞ୍ଚଳରୁ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରାଯାଇଛି। ପୋଷ୍ଟମର୍ଟମ୍ ପରେ ଏହା ଦନ୍ତା ହାତୀ ବୋଲି ଜଣାପଡ଼ିଛି। ହାତୀର ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି।
୬ ମାସ ପୂର୍ବରୁ ହାତୀକୁ ପୋତା ଯାଇଥିବା ନେଇ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ସୂଚନଯୋଗ୍ୟ ଯେ ଏହି ଅଞ୍ଚଳରୁ ପୂର୍ବରୁ ୨ଟି ହାତୀ କଙ୍କାଳ ଉଦ୍ଧାର ହୋଇଥିଲା।
Also Read: ବାହାଘର ପାଇଁ ଘରେ ରଖାଯାଇଥିବା ବାଣ ବିସ୍ଫୋରଣ, ୭ ଗୁରୁତର