ସୁଶାନ୍ତ ସିଂହ ରାଜପୁତ ଝିଅଙ୍କ ସହ କଥା ହେବା ପାଇଁ ବାଦାମ ବିକିବା କରିଥିଲେ ଆରମ୍ଭ, ପରେ ଏମିତି ହୋଇଥିଲା କିଛି

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଜି ଆଉ ଇହଧାମରେ ନାହାଁନ୍ତି । ତାଙ୍କ ପରଲୋକ ହେବାର ୨ ବର୍ଷ ବିତିଗଲାଣି । ଟିଭି ସିରିୟଲ ପବିତ୍ର ରିସ୍ତାରୁ ସେ ତାଙ୍କର କ୍ୟାରିଅର ଆରମ୍ଭ କରିବା ସହ ବଲିଉଡରେ ଏକ ପରିଚୟ ସୃଷ୍ଟି କରିଥିଲେ । ସୁଶାନ୍ତ ନିଜର ଫିଲ୍ମ ବ୍ୟତୀତ ନିଜର ରିଲେସନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁଥିଲେ । ଦିନେ ଏମିତି ସମୟ ଥିଲା ଯେ ସେ ଝିଅଙ୍କ ସହ କେବଳ ଟିକେ କଥା ହେବା ପାଇଁ ସାଙ୍ଗଙ୍କ ସହ ମିଶି ବାଦାମ ବିକିବା ଆରମ୍ଭ କରିଥିଲେ । ଏହି କଥା ନିଜେ ସୁଶାନ୍ତ ସିଂହ ଏକ ଶୋ’ରେ କହିଥିଲେ ।

ସୁଶାନ୍ତ କହିଥିଲେ- ’’ମୁଁ ଯେତେବେଳେ ଦିଲ୍ଲୀ କଲେଜ ଅଫ୍‌ ଇଂଜିନିୟରିଂରେ ପଢ଼ିବାକୁ ପହଞ୍ଚିଲି । ବହୁତ ବଡ଼ କଲେଜ ଦେଖି ତ ଖୁସି ଥିଲି, ହେଲେ ସେଠାରେ ଟିନା ଓ ଅଞ୍ଜଳିଙ୍କ ଅଭାବ ଥିଲା ।’’ ଅର୍ଥାତ୍‌ ସେଠାରେ କେହି ଝିଅ ପଢ଼ୁ ନଥିଲେ । କାରଣ ସେ ସମୟରେ କେହି ଝିଅ ଇଂଜିନିୟରିଂ ପଢ଼ିବାକୁ ଚାହୁଁ ନଥିଲେ । ଫଳରେ ଆମେ ଝିଅଙ୍କୁ ଦେଖିବା ପାଇଁ ଅନ୍ୟ କଲେଜକୁ ଯାଉଥିଲୁ ।

ସେଠାରେ ଝିଅଙ୍କ ସହ ଟିକେ କଥା ହେବା ପାଇଁ ବାଦାମ ବିକାଳିକୁ କହି ସେଠାରେ ତା’ର ବାଦାମ ବିକୁଥିଲି । ହେଲେ ଏଥିରେ କେହି ଇମ୍ପ୍ରେସ ହେଲେନି । ଝିଅଙ୍କୁ ପାଇବାକୁ ମୋର ଏତେ ଡେଡିକେସନ ଦେଖି, ମୋର ସାଙ୍ଗ କହିଲା ଭାଇ ଏଠରେ ବାଦାମ ବିକିଲେ କିଛି ହେବନି । ଏମିତିରେ ଝିଅ ମିଳିବା ବାଲା ନୁହେଁ । ଆଜିକାଲି ଦିଲ୍ଲୀର ସବୁ ସ୍କୁଲରେ ଝିଅମାନେ ଡ୍ୟାନ୍ସ ଶିଖୁଛନ୍ତି । ସାଙ୍ଗର ଉପଦେଶରେ ମୁଁ ଏକ ଡ୍ୟାନ୍ସ କ୍ଲାସରେ ଜଏନ କଲି । ସେହିଠାରୁ ହିଁ ମୁଁ ଅଭିନେତା ହେବାର ଆତ୍ମ ବିଶ୍ୱାସ ପାଇଥିଲି ।

ସୁଶାନ୍ତ ନିଜର କ୍ୟାରିଅର ଆରମ୍ଭ ଟିଭି ଚ୍ୟାନେଲରୁ କରିଥିଲେ । ଏହାପରେ ୨୦୧୩ ରେ ‘କାଇ ପୋ ଛେ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ ‘ଶୁଦ୍ଧ ଦେଶୀ ରୋମାନ୍ସ’,ପିକେ, ଡିଟେକ୍ଟିଭ, ବ୍ୟୋମକେଶ ବଖ୍ସୀ, ଏମ୍‌ ଏସ୍‌ ଧୋନୀ, ରାବତା, କେଦାରନାଥ, ସୋନାଚେରିୟା,ଡ୍ରାଇଭ ଓ ଛିଛୋରେ ଭଳି ଫିଲ୍ମରେ ନଜର ଆସିଥିଲେ । ତାଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଥିଲା, ଯାହା ତାଙ୍କର ମୃତ୍ୟୁ ପରେ ଅନଲାଇନ ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.