Below header

ଏ ବର୍ଷ ପଡ଼ୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ, ସ୍ପଷ୍ଟ କଲା ଶ୍ରୀମନ୍ଦିର କାର୍ଯ୍ୟାଳୟ 

ପୁରୀ: ଚଳିତବର୍ଷ ପଡୁନାହିଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏହା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ସଦସ୍ୟ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକ। ମୁକ୍ତି ମଣ୍ଡପ ସଦସ୍ୟ ଏବଂ ପାଞ୍ଜିକାରଙ୍କ ଗଣନା ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ମାସରେ ନାଗାର୍ଜୁନ ବେଶ ପଡୁନାହିଁ। ମାତ୍ର କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲରେ ଏଭଳି ତଥ୍ୟ ଦେଇଛନ୍ତି। ଏଭଳି ବିଭ୍ରାନ୍ତି କର ତଥ୍ୟ ଦେଉଥିବା ପାଞ୍ଜିକାରଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଦସ୍ୟ।

ଚଳିତ ବର୍ଷ ଶ୍ରୀମନ୍ଦିର ପାଳନ ହେବାକୁ ଥିବା ବିଭିନ୍ନ ପର୍ବ ପର୍ବାଣୀକୁ ଅନୁମୋଦନ ନେଇ ହୋଇଥିବା ବୈଠକ ପରେ ଏଭଳି ମତ ପ୍ରକାଶ ପାଇଛି। ସେହିପରି କୋହିନୂର ଏବଂ ରାଧାରମଣ ପଞ୍ଜିକା ଗଣନାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତି ଦେଇଛି। ଉକ୍ତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ପାଳନ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.