ସରାକାରୀ ଗାଡିରୁ ୨ଲକ୍ଷ ୭୭ ହଜାର ଟଙ୍କା ନେଇ ଯାଉଥିବା ବେଳେ ନୂଆପଡା ସିଡିଭିଓଙ୍କୁ ଧରିଲା ଭିଜିଲାନ୍ସ

ନୂଆପଡା(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ନୂଆପଡ଼ା CDVO । ଗତକାଲି।ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର କିରାଣୀ ପ୍ରତିମା ଦାସ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ । ଆଉ ଆଜି ନୂଆପଡ଼ା ଜିଲ୍ଲା CDVO ତ୍ରିଲୋଚନ ଧଳ ୨ଲକ୍ଷ ୭୭ହଜାର ଟଙ୍କା କଟକକୁ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ ।

କୌଣସି ସୂତ୍ରରୁ ଖବର ପାଇ ରାତ୍ରି ୨ଟାରୁ ଭିଜିଲାନ୍ସ ଟିମ ଛପି ବସିରହିଥିଲା ।ଏଥିସହ ସରକାରୀ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଏବଂ କଟକ ନୈରାଜ ପୈତୃକ ଗାଁସ୍ଥିତ ବାସଭବନରେ ମଧ୍ଯ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । କଳାହାଣ୍ଡି ଭିଜିଲାନ୍ସ ବିଭାଗ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ  ଚଢ଼ାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.