Below header

ଭିତରକନିକା ଅଭୟାରଣ୍ୟରେ ବଢିବାରେ ଲାଗିଛି ଦେଶୀ ବିଦେଶୀ ପକ୍ଷୀଙ୍କ ସଂଖ୍ୟା, କିଚିରି ମିଚିରି ଶବ୍ଦରେ କମ୍ପୁଛି ଚତୁର୍ଦ୍ଦିଗ

ରାଜନଗର: ଭିତରକନିକାରେ ମେଲିଛି ରଙ୍ଗର ପସରା । ଆସିଲେଣି ନୂଆ ଅତିଥି । କିଚିରି ମିଚିରି ଶବ୍ଦରେ କମ୍ପୁଛି ଚତୁର୍ଦ୍ଦିଗ । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଭିତରକନିକା ଅଭୟାରଣ୍ୟରେ ଦେଶୀ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶୀତ ଦିନେ ହଜାର ହଜାର ମାଇଲରୁ ପକ୍ଷୀମାନେ ଉଡିଆସନ୍ତି । ବିଶେଷ କରି ସାତଭାୟା ଅଂଚଳରେ ସର୍ବାଧିକ ପକ୍ଷୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ନର୍ଦ୍ଦନପିଟେଂଲ ଓ ବ୍ଲାକଟେଲ ଗଡଉଇକ୍‌ ଅଧିକ ପରିମାଣରେ ଦେଖାଯାଆନ୍ତି । ଏହି ଅଞ୍ଚଳରେ ସେମାନଙ୍କ ଉପଯୋଗୀ ଖାଦ୍ୟ ପ୍ରଚୁର ପରିମାଣରେ ମିଳୁ ଥିବାରୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ କଳରବରେ ମୁଖରିତ ହୋଇଉଠୁଛି ପୂରା ପରିବେଶ ।ବନବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଦଳ ଗଠନ ସହ ପକ୍ଷୀ ସମାଗମ ହେଉଥିବା ଅଞ୍ଚଳରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.